୩୫ଜଣଙ୍କୁ ଗିରଫ କଲା ବନବିଭାଗ

ସମ୍ବଲପୁର : ଗଛ କାଟୁଥିବା ଅଭିଯୋଗରେ ୩୫ ଗିରଫ । ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ କାଟୁଥିଲେ ଗଛ । ସ୍ଥାନୀୟ, ଦେବଗଡ ଓ ଝାଡଖଣ୍ଡ ଅଂଚଳରୁ ୩୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଏହା ସହ ଧନୁଶର, ଟାଙ୍ଗିଆ, ବାଟୁଳି,  ବର୍ଛା ସମେତ ବହୁ ମାରଣାସ୍ତ୍ର ଜବତ ହୋଇଛି ।ଖବର ଅନୁଯାୟୀ, ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ ଝାଡଖଣ୍ଡୀ ଅନୁପ୍ରବେଶ କାରୀଙ୍କ ଲୋଲୁପ ଦୃଷ୍ଟି । ଗଛ କାଟି ଚାଷ ଜମି ଓ ଘର ନିର୍ମାଣ ସକାଶେ ପଦା କରୁଛନ୍ତି ଶହ ଶହ ଏକର ଜଙ୍ଗଲ ଜମି । ଫଳରେ ରେଢାଖୋଲ ବନ ବିଭାଗ ପକ୍ଷରୁ ବଡ ଆକ୍ସନ ।  ରେଢାଖୋଲ ବନ ବିଭାଗ ପକ୍ଷରୁ ଏକ ବଡ ଧରଣର ଚଢାଉ ହୋଇଥିଲା । ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଟାଲ ସଂରକ୍ଷିତ ଜଙ୍ଗଲରେ କିଛି ଅନୁପ୍ରବେଶ କାରୀ ଜଙ୍ଗଲ କାଟିବାର ଖବର ପାଇ ରେଢାଖୋଲ ବନଖଣ୍ଡର ୫ଟି ରେଞ୍ଜର ଶତାଧିକ ବନ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ Iବନ ବିଭାଗ ଦେଖିବା ବେଳକୁ ଶତାଧିକ ଅନୁପ୍ରବେଶ କାରୀ ବିଶେଷ କରି ଝାଡଖଣ୍ଡରୁ ଆସି ଯାହା ଗଛ କାଟୁଥିଲେ I ଏହି ସମୟରେ ବନ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା I ଘଟଣାରେ ୩୫ଜଣଙ୍କୁ ଗିରଫ କରିଛି ବନ ବିଭାଗ I ଆଉ ସେମାନଙ୍କ ପାଖରୁ ଶିକାର ସମ୍ବନ୍ଧୀୟ କିଛି ଜାଲ ଏବଂ ମାରଣାସ୍ତ୍ର ଜବତ କରାଯାଇଥିବା ଏସସିଏଫ ସୂଚନା ଦେଇଛନ୍ତି I

ସୂଚନା ମୁତାବକ ଏହି ଅଞ୍ଚଳରେ ବିଗତ ବର୍ଷେ ହେଲାଣି ଝାଡଖଣ୍ଡ ଏନଂ ସ୍ଥାନୀୟ ଲୋକ ମିଶି ଆସି ପୂର୍ବରୁ ମଧ୍ୟ ଜଙ୍ଗଲ କାଟି ବସବାସ ଏବଂ ଘରବାରୀ ,ଚାଷ ଜମି କରିବା ପାଇଁ ପ୍ରୟାସ କରିଥିଲେ I ଯାହାକୁ ନେଇ ବନ ବିଭାଗ ପକ୍ଷରୁ  ଚଢାଉ କରାଯାଇଥିଲା I କିନ୍ତୁ ଏବେ ପୁଣି ଥରେ ଆସି ଏଠାରେ ଅନୁପ୍ରବେଶ କାରୀ ମାନେ ଗଛ କାଟୁଥିବା ର ଅଭିଯୋଗ ପାଇ ବନ ବିଭାଗ ଚଢାଉ କରିଥିଲା I

Leave a Reply

Your email address will not be published. Required fields are marked *