ଝୁଲୁଛି ଯୁବକଙ୍କ ମୃତଦେହ

ଜଳେଶ୍ବର : ଜଳେଶ୍ବର ଥାନା ପଞ୍ଚୁଘଣ୍ଟା ପୁରାତନ ବାଲି ସୈରାତ ନିକଟ ଗଛ ଡାଳରେ ଝୁଲୁଛି ଯୁବକଙ୍କ ମୃତଦେହ । ଯୁବକ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ଚନ୍ଦ୍ରମୋହନ ସିଂଙ୍କର ପୁଅ ଗଣେଶ ସିଂ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ପଞ୍ଚୁଘଣ୍ଟା ଗ୍ରାମ ପୁରୁଣା ବାଲି ସୈରାତ ସ୍ଥାନୀୟ ବାସିନ୍ଦାମାନେ ନଦୀ ପଠାକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଏକ ଗଛ ଡାଳରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଗାଁ ଲୋକେ ଘଟଣାସ୍ଥଳକୁ ଆସି ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗଛ ମୂଳରେ ଚପଲ ପଡିଥିବା ଦେଖିବାକୁ ମିଳିଛି । ଏହା ଏକ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଥିବା ବେଳେ ପୋଲିସ ତଦନ୍ତ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *