ଶ୍ରୀ ବିଗ୍ରହମାନଙ୍କ ଦେହରେ ଲାଗିଲା ନିଆଁ ।

ଭଦ୍ରକ: ଶ୍ରୀ ବିଗ୍ରହମାନଙ୍କ ଦେହରେ ନିଆଁ ଲାଗିଛି। ପୋଡ଼ି ଯାଇଛନ୍ତି ମହାପ୍ରଭୁ। ଘଟଣାଟି ଘଟିଛି ଭଦ୍ରକ ଜିଲା ଭଣ୍ଡାରି ପୋଖରୀ ବ୍ଲକ, ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମରେ। ଏହି ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ହଠାତ୍‌ ଅଗ୍ନିକାଣ୍ଡ ହୋଇଥିଲା। ମନ୍ଦିର ପରିସରରେ କେହି ନ ଥିବାରୁ ଏ ସମ୍ପର୍କରେ କେହି ଜାଣିପାରି ନ ଥିଲେ ଓ ଠାକୁର ପୋଡ଼ି ଯାଇଥିଲେ।

ଗ୍ରାମର ସୁଭେନ୍ଦୁ ସାହୁ ମନ୍ଦିରରୁ ଧୁଆଁ ବାହାରୁଥିବା ଦେଖି ଡାକ ପକାଇଥିଲେ। ଗ୍ରାମବାସୀ ଏକାଠି ହୋଇ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଖୋଲି ଦେଖିବା ବେଳକୁ ଠାକୁରଙ୍କ ଶ୍ରୀ ବିଗ୍ରହ ପୋଡ଼ି ସାରିଥିଲା।

Leave a Reply

Your email address will not be published. Required fields are marked *