ସୁନ୍ଦରଗଡ, :ସାପ୍ତାହିକ ହାଟରେ ଠିକାଦାର ଅଧିକ ମହସୁଲ ଆଦାୟ କରୁଥିବା ଅଭିଯୋଗ । ପୌରପାଳିକା କାର୍ଯ୍ୟାଳୟ ଘେରିଲେ ବେପାରୀ । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସାପ୍ତାହିକ ବଜାରରେ ।
ବେପାରୀମାନେ ଅଭିଯୋଗ କରିଛନ୍ତି ଯେ, ଠିକାଦାର ଜୋର ଜବରଦସ୍ତି ଧାର୍ଯ୍ୟ ଦର ଠାରୁ ଅଧିକ ମହସୁଲ ଆଦାୟ କରୁଛନ୍ତି । ଏନେଇ ପରିବା ବେପାରୀମାନେ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନଥିଲା । ପ୍ରତିବାଦ ସ୍ୱରୂପ ପରିବା ବେପାରୀ ପୌର ପାଳିକା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ସେମାନେ ରାସ୍ତା ଉପରେ ବସି ରହିଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତଙ୍କୁ ବୁଝାସୁଝା କରୁଛି ।
