ଭୁବନେଶ୍ୱର, : ସିଲ୍ ହେଲା ଓୟୋ ହୋଟେଲ । ରାଜଧାନୀ ଭରତପୁର କଳିଙ୍ଗନଗର ଫେଜ ୨ ରେ ଥିବା ହେମାଲତା ପ୍ୟାଲେସକୁ କମିଶନରେଟ ପୋଲିସ ସିଲ୍ କରିଛି । ଶନିବାର ସେକ୍ସ ରାକେଟ ଚାଲୁଥିବା ନେଇ ଓୟୋରେ ପୋଲିସ ଚଢ଼ଉ କରିଥିଲା ।
ସୂଚନାନୁସାରେ, ଦଲାଲ୍ ସନ୍ତୋଷ ଓ ପ୍ରମୋଦନାମକ ୨ ବ୍ୟକ୍ତି ପୂଜା ବଜାରକୁ ଲକ୍ଷ୍ୟ କରି ପଶ୍ଚିମବଙ୍ଗରୁ ୪୫ ଜଣଙ୍କ ଯୁବତୀଙ୍କୁ ଆଣି ସହର ବିଭିନ୍ନ ଅଞ୍ଚଳରେ ରଖି ଦେହ ବେପାର କରୁଥିଲେ । ପ୍ରତି ଯୁବତୀଙ୍କୁ ରଖିବା ଖାଇବାକୁ ଛାଡ଼ି ମାସକୁ ୨୦ ହଜାର ଟଙ୍କା ଦେବା କଥା ଛିଡିଥିଲା । ଏମାନଙ୍କ ଡିଲ୍ ହୋଇଥିଲା ଦୁର୍ଗା ପୂଜା ପର୍ଯ୍ୟନ୍ତ ରହିବା ପାଇଁ । ତେବେ ଏ ବିଷୟରେ କାହା ପାଖରେ ଖବର ନଥିଲା । କଳିଙ୍ଗନଗର ଫେଜ୍-୨ରେ ଥିବା ଏକ ୩ ମହଲା ଘରେ ଏମାନେ ଚଳାଇ ଥିଲେ ବେପାର । ସବୁ ଦିନ ଗ୍ରାହକଙ୍କ ଭିଡ଼ ଲାଗି ରହୁଥିଲା । ତେବେ ଓୟୋ ହୋଟେଲ୍ ଥିବାରୁ ସ୍ଥାନୀୟ ଲୋକ କିଛି ଟେର ପାଉନଥିଲେ । ଏମାନେ ପ୍ରତି ଗ୍ରାହକ ପିଛା ଘଣ୍ଟାକୁ ୩ରୁ ୪ ହଜାର ଟଙ୍କା ଲେଖାଏଁ ନେଉଥିଲେ । ସାରା ରାତି ପାଇଁ ୧୦ ହଜାର ଟଙ୍କା ଦରଦାମ ରହିଥିଲା ।
ତେବେ ଦୁଇ ଦିନ ତଳେ ଜଣେ ଗ୍ରାହକ ଠାରୁ ଦଳାଲ ସନ୍ତୋଷ ଅଧିକ ଟଙ୍କା ନେବାରୁ ସେ ସେଠାରୁ ଆସି ପୁଲିସ୍କୁ ଖବର ଦେଇଥିଲେ । ଭରତପୁର ଥାନା ଆଇଆଇସି ଘଟଣାର ବିଷୟରେ ଜାଣିବା ପାଇଁ ନିଜେ ଗ୍ରାହକ ହୋଇ ସେଠାକୁ ଯାଇଥିଲେ । ସେଠାରେ ଦେହ ବେପାର ଚାଲିଥିବା ଜାଣିବା ପରେ ଚଢ଼ଉ କରିଥିଲେ । ଏହି ସମୟରେ ୩ ଜଣ ଗ୍ରାହକ ବିବସ୍ତ୍ର ହୋଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଚଢଉ ବେଳେ ପୋଲିସ ୮ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା । ତେବେ ହୋଟେଲ ମାଲିକ ଫେରାର ହୋଇଯାଇଥିବା ଜଣାପଡିଛି ।
