ଅଫିସରେ କାମ କରିବା ବଦଳରେ ଆରାମ କରୁଛନ୍ତି ସରକାରୀ କର୍ମଚାରୀ। କେତେବେଳେ ତଳିଆ କର୍ମଚାରୀ ମାନେ ବଡ ବାବୁଙ୍କୁ ମୋଡା ଘଷା କରୁଛନ୍ତି, ତ ଆଉ କେତେବେଳେ ନିଜ ଟେବୁଲ ଉପରେ ନିଘୋଡ ନିଦରେ ଶୋଇପଡୁଛନ୍ତି ଉପରିସ୍ଥ କର୍ମଚାରୀ। କଟକ ମହାନଗର ନିଗମ କାର୍ଯ୍ୟାଳୟର ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏମିତି କି କାର୍ଯ୍ୟାଳୟ ଭିତରେ ମଦ ବୋତଲ ଗଡୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ପଟେ କଟକର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ, କାର୍ଯ୍ୟାଳୟରେ ସରକାରୀ କର୍ମଚାରୀଙ୍କ ଏଭଳି ଅୟସର ଦୃଶ୍ୟ ଏବେ ସିଏମସି କର୍ମଚାରୀଙ୍କୁ ବିବାଦକୁ ଆଣିଛି। ଅନ୍ୟପଟେ ଏନେଇ ସିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
