ନୀଳଗିରି : ସରକାର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆରମ୍ଭ କରିଛନ୍ତି ୧୦୮ ଆମ୍ବୁଲାନ୍ସ ସେବା । ହେଲେ ବାସ୍ତବ କ୍ଷେତ୍ରରେ ସଠିକ ରୂପାୟନ ହେଉନାହିଁ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ଉଦାହରଣ । ଜଣେ ରୋଗୀଙ୍କୁ ନୀଳଗିରି ହସ୍ପିଟାଲ ୧୦୮ରେ ଅଣାଯାଉଥିବା ବେଳେ ଚକା ଫାଟିଯିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି ରୋଗୀ ଓ ୧୦୮ କର୍ମଚାରୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଗୀଙ୍କୁ ଚଲାଇ ଚଲାଇ ହସ୍ପିଟାଲ ନେଉଥିବା ବେଳେ କ୍ୟାମେରା ଲେନ୍ସ ଦେଖି କର୍ମଚାରୀ ନିଜ ଦୋଷ ସୁଧାରି ଷ୍ଟ୍ରେଚରରେ ନେଇଥିଲେ । ଏବେ ପ୍ରଶ୍ନ ଉଠେ ଗାଡି କିଣିବା ପରଠାରୁ ଟାୟାର ଲାଗିନଥିବା ଓ ଜରୁରୀ ଚିକିତ୍ସା ପାଇଁ ଷ୍ଟେପିଂ ଟାୟାର ନୂଆ ନରହିବା ରୋଗୀଙ୍କ ଜୀବନ ସହିତ ଖେଳ ଖେଳିବା ସାଙ୍ଗରେ ସମାନ । ଘଟଣାକୁ ସରକାର ଗୁରୁତର ସହ ବେବାକୁ ଦାବି ହୋଇଛି ।
