କଟକ : ରାଜ୍ୟରେ ପୁଣି ଏକ ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କଲା ରାଜ୍ୟ ସିଟି ଓ ଜିଏସଟି ବିଭାଗ । ଜାଲ୍ ବିଲ କରି ଇନପୁଟ ସବସିଡ ଠକେଇ ଅଭିଯୋଗରେ ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ସିଟି ଜିଏସଟି ବିଭାଗ। ଅମିତ କୁମାର ଅଗ୍ରୱାଲ ଓ ସତ୍ୟେନ୍ଦ୍ର ଯାଦବ ଗିରଫ ହୋଇଛନ୍ତି । ଅମିତକୁ ଝାରସୁଗୁଡା ଓ ସତ୍ୟେନ୍ଦ୍ରକୁ ଭୁବନେଶ୍ବରରୁ ଗିରଫ କରାଯାଇଛି । ୩୨୩ କୋଟିର ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ହୋଇଥିବା ବେଳେ ୧୮୧୯ କୋଟିର ଜାଲ୍ ସେଲ୍ ଇନଭଏସ ଦେଖାଇ ଏହି ଠକେଇ କରାଯାଇଛି । ଯାହାଦ୍ବାରା ରାଜ୍ୟ ସରକାର ୫୮ କୋଟି ୧୪ ଲକ୍ଷ ଟଙ୍କାର ରାଜସ୍ବ ହରାଇଛନ୍ତି। ଜିଏସଟି ଏନଫୋର୍ସମେଣ୍ଟ ଉଇଙ୍ଗ ଏପର୍ଯ୍ୟନ୍ତ ୨୩ ଜଣଙ୍କୁ ଗିରଫ କରିଥିବା ବେଳେ ୨୯୦୦୨ ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣକୁ ରଦ୍ଦ କରିଛି ।
