ଜଳେଶ୍ୱର : ଜଳେଶ୍ବର ସାଜିଛି ବ୍ରାଉନ ସୁଗାରର ହବ , ଧଳା ଜହର ପାଇଁ ଚର୍ଚ୍ଚାରେ ଜଳେଶ୍ବର , ବଡ ମାଫିଆଙ୍କୁ ଛାଡି ଚେଡି ଚାମଚାକୁ ଧରୁଛି ପୋଲିସ , ଯାହା ବଡ ମାଫିଆଙ୍କୁ ସୁହାଉଥିବା ବେଳେ ଧଳାଜହର ବେପାରର ପୂର୍ଣ୍ଣଛେଦ ନପଡିବାର ମୁଖ୍ୟକାରଣ , ଏପଟେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବଡ ମାଫିଆ ମାନେ ବଡ ବାବୁ ମାନଙ୍କୁ ପକେଟରେ ରଖି ବେପାର କରୁଥିବା କହୁଛନ୍ତି ସାଧାରଣ ଲୋକେ , ତେବେ ଆଜି ପୁଣି ଜଳେଶ୍ୱରରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ବେଳେ , ଏଥିରେ ଜଣେ ନାବାଳକ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିବା ସୂଚନା ରହିଛି , ତେବେ ବ୍ରାଉନସୁଗାର ସହ ନାବାଳକକୁ ଗିରଫ କରିଛି ବାଲେଶ୍ଵର ସ୍ୱତନ୍ତ୍ର ସ୍କ୍ବାର୍ଡ ଟିମ , ଯାହା ସୁଚାନ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ପଞ୍ଚୁଘଣ୍ଟା ବସ୍ତିରେ ଚଡାଉ କରିବା ସମୟରେ ବଡ଼ ବେପାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସହଯୋଗୀ ନାବାଳକ ବେପାରୀ ଜଣକ ଧରାପଡିଛି , ଯାହାର ବୟସ ପାଖାପାଖି ୧୭ ବର୍ଷ ହେବ । ଗିରଫ ନାବାଳକ ଠାରୁ ଅଧିକ ସୁରାଗ ପାଇବା ପାଇଁ ବାଲେଶ୍ଵରର ସ୍ୱତନ୍ତ୍ର ସ୍କ୍ବାର୍ଡ ଟିମ ଓ ଜଳେଶ୍ୱର ଆଇଆଇସି ନାବାଳକ କୁ ପଚରାଉଚରା ଚଳାଇଛି I
