ଜଳେଶ୍ବର : ଦିନ ଦିପ୍ରହରରେ ରାଜପଥ ଉପରେ ବନ୍ଧୁକ ଦେଖାଇ ମାରିଦେବା ଧମକ ଦେଲେ ସାଧା ପୋଷାକରେ ଥିବା ଦୁଇ ରିଜର୍ଭ ପୋଲିସ କନେଷ୍ଟବଳ I ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା , ବନ୍ଧୁକ ଛଡାଇ ଫିଙ୍ଗିଦେଲେ ଲୋକ I ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଜଳେଶ୍ବର-ଚନ୍ଦନେଶ୍ବର ୫୭ ନଂ ଜାତୀୟ ରାଜପଥ କାଶିଡିଆ ନିକଟରେ I ସୁଚନା ଅନୁଯାୟୀ ଭୋଗରାଇ ଅଞ୍ଚଳରୁ ଦୁଇଜଣ ରିଜର୍ଭ ପୋଲିସ କର୍ମଚାରୀ ସାଧା ପୋଷାକରେ ଗୋଟିଏ ବାଇକ ଯୋଗେ ବାଲେଶ୍ଵର ଅଭିମୁଖେ ଯାଉଥିବାବେଳେ , ଜଳେଶ୍ବର ଥାନା କାଶିଡିଆ ନିକଟରେ ଜଣେ ଯୁବକ ରାସ୍ତା ଅତିକ୍ରମ କରୁଥିବାରୁ , ପୋଲିସ କର୍ମଚାରୀ ଦୁଇଜଣ ଗାଡ଼ି ଅଟକାଇ ରାସ୍ତା ଅତିକ୍ରମ କରୁଥିବା ଯୁବକକୁ ଗାଳିଗୁଲଜ କରିଥିଲେ I ଏନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା,ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ କର୍ମଚାରୀ ଦୁଇଜଣ ତାଙ୍କ ପାଖରେ ଥିବା ବନ୍ଧୁକକୁ ବାହାର କରି ପଥଚାରି ଯୁବକକୁ ଦେଖାଇଥିଲେ,ଏହି ସମୟରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ପାଖରୁ ବନ୍ଧୁକ ଛଡ଼ାଇ ନେଇ ରାସ୍ତା ପାର୍ଶ୍ବରେ ଥିବା ପୋଖରୀକୁ ଫିଙ୍ଗି ଦେଇଥିଲେ I ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା, ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରୁ ବନ୍ଧୁକ ଉଦ୍ଧାର କରିବା ସହିତ ଦୁଇ ରିଜର୍ଭ ପୋଲିସ କର୍ମଚାରୀଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଦୁଇ ଜଣକୁ ଛାଡ଼ିଦେଇଥିବା ଜଣାପଡିଛି I ତେବେ ଏଠାରେ ପ୍ରଶ୍ନ ଉଠୁଛି ସାଧା ପୋଷାକ ରେ ଥାଇ ବିନା କୈାଣସି କାରଣରେ ଜଣେ ଯୁବକ ଉପରକୁ ବନ୍ଧୁକ ଉଠାଇବା ଏବଂ ବନ୍ଧୁକର ଅପ ବ୍ୟବହାର କରିବାକୁ ଏହି ଦୁଇ ପୋଲିସଙ୍କୁ ଅଧିକାର ଦେଲା କିଏ ? ଏତେବଡ଼ ଘଟଣା ପରେ ଦୁଇ ଜଣ ରିଜର୍ଭ ପୋଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ କେମିତି ଜଳେଶ୍ୱର ପୋଲିସ ଛାଡିଦେଲା ? ତାହାଲେ କଣ ଲୋକଙ୍କୁ ବୁଝିବାକୁ ହେବ ପୋଲିସ ଦୋଶ କଲେ ତାହା ଦୋଶ ନୁହଁ ! ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ! ତେବେ ଦେଖିବାକୁ ବାକିରହିଲା ବାଲେଶ୍ବର ଏସପି ଉଭୟ କନେଷ୍ଟବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ଛାଡିଦେଉଛନ୍ତି I
