ଟ୍ରେନ ଧକ୍କାରେ ଚାଲିଗଲା ଜୀବନ

ଚାନ୍ଦବାଲି,୩୧/୦୮: ଭଦ୍ରକ ଜିଲ୍ଲା ଧାମରା ରେଳ ଲାଇନରେ କଟି ଜଣେ ୪୦ ବର୍ଷୀୟ ବ୍ୟକ୍ତି ମୃତ । ସୋମବାର ବିଳମ୍ବିତ ରାତ୍ରିରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କ ନାମ କୁଲୁ ଖିଲାର ହୋଇଥିବା ବେଳେ  ଘର ନୂଆଗାଁ  ।କୁଲୁ ଖିଲାର ଚିଙ୍ଗୁଡ଼ି ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ । ସୋମବାର ବିଳମ୍ବିତ ରାତ୍ରିରେ ନିଜ ଘରକୁ ସେ ଖାଇବା ପାଇଁ ଆସିଥିଲେ । ଖାଇସାରି ଘରୁ ଚିଙ୍ଗୁଡ଼ି ଘେରିକୁ ଫେରୁଥିବା ସମୟରେ ମୃତ୍ୟୁ ତାଙ୍କର ବାଟ ଜଗି ବସିଥିଲା ।

ଏହି ସମୟରେ ଧାମରାରୁ ମାଲବାହୀ ରେଳ ଉକ୍ତ ବ୍ୟକ୍ତିଙ୍କୁ  ଧକ୍କା ଦେଇଥିଲା । ଫଳରେ କୁଲୁ ଖିଲାରଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳେ ପରିବାର ଲୋକେ ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ ।  ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave a Reply

Your email address will not be published. Required fields are marked *