ବିଧାନସଭା ଅଧିବେଶନ ସଦସ୍ୟ ନଆସିଲେ ଭିସିର ବ୍ୟବସ୍ଥା

ଭୁବନେଶ୍ୱର : ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ସେପ୍ଟେମ୍ବର ପହିଲାରୁ ହେବାକୁ ଥିବା ବିଧାନ ସଭା ଅଧିବେଶନ ସୁରୁଖୁରୁରେ ସମାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ନୀତି ନିୟମ ରେ ଗୃହ ପରିଚାଳନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେଉଁ ସଦସ୍ୟ ସଦସ୍ୟା ମାନେ ଗୃହକୁ ଆସି ପାରିବେନି ତାଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯିବ। ଅସୁସ୍ଥତା ଯୋଗୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳ ନେତା। ସେ ଯଦି ଗୃହ କାର୍ଯ୍ୟରେ ସାମିଲ ହେବାକୁ ଚାହିବେ ତାଙ୍କ ପାଇଁ ମେଡିକାଲରୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ ବୋଲି ବାଚସ୍ପତି କହିଛନ୍ତି।

Leave a Reply

Your email address will not be published. Required fields are marked *