ନଦୀକୂଳରେ ପଡିଛି ମହିଳାଙ୍କ ମୃତଦେହ

ଖଲ୍ଲିକୋଟ,୨୮/୦୮: ନଦୀକୂଳରେ ପଡିଛି ମୃତଦେହ ।  ଗଞ୍ଜାମ ଥାନା ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ କୂଳରେ ଏକ ମୃତଦେହ ପଡିଥିବା ଦେଖିବାକୁ ମିଳିଛିl

ସୂଚନାନୁସାରେ, ଶନିବାର ସକାଳେ ମହିଳାଙ୍କ ମୃତଦେହଟି ନଦୀ କୂଳରେ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ ।  ମୃତଦେହରେ କପଡା ଘୋଡେଇ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ମୃତ ମହିଳାଙ୍କ ପରିଚୟ ଏବେସୁଦ୍ଧା ମିଳିପାରି ନାହିଁ । ଏହା କେଉଁଠୁ ଆସିଲା ଏବଂ ଦେହରେ କପଡା କାହିଁକି ଘୋଡ଼ାଇ ରଖା ଯାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।  ପୋଲିସ  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟତା ଜଣା ପଡିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *