ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର : ବୋଲେରୋ ଧକ୍କାରେ ଜଣେ ପୁଲିସ କର୍ମଚାରୀଙ୍କ ଜୀବନ ଚାଲି ଯାଇଛି। ଆଜି ରାଜଧାନୀ ଭୁବନେଶ୍ୱରର ବାଣୀବିହାର ନିକଟସ୍ଥ ସତସଙ୍ଗ ବିହାର ଛକରେ ସଡକ ଦୁର୍ଘଟଣା ଘଟି ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ପୁଲିସ କର୍ମଚାରୀଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ଘର ସୋନପୁର ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ବୋଲେରୋ ଦ୍ରୁତ ଗତିରେ ଥିବା କାରଣରୁ ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ଦୁର୍ଘଟଣା ପରେ ବୋଲେରୋ ମଧ୍ୟ ଓଲଟି ପଡିଥିଲା। ସେଥିରେ ଥିବା ୩ ଜଣ ଫେରାର ହୋଇ ଯାଇଥିବା ବେଳେ ଜଣଙ୍କୁ ପୁଲିସ ଅଟକ ରଖିଛି। ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *