ଭାରତରେ ବନ୍ଦ ହେଲା yahooର ଡିଜିଟାଲ ନ୍ୟୁଜ ପ୍ରକାଶନ ସଂସ୍ଥା । ୟାହୁ ନ୍ୟୁଜ୍, ୟାହୁ କ୍ରିକେଟ୍, ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆ ଆଦି ସେବାକୁ ଭାରତରେ ବନ୍ଦ କରିଦେଇଛି yahoo । କିନ୍ତୁ ୟାହୁର ସର୍ଚ୍ଚ ଇଞ୍ଜିନ ଓ ଇ-ମେଲ୍ ପୂର୍ବ ପରି ଜାରି ରହିବ ।
ଏନେଇ ୟାହୁ ୱେବସାଇଟ୍ ପକ୍ଷରୁ ଏକ ନୋଟିସ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ ଅଗଷ୍ଟ 26 , 2021 ପରଠୁ ଭାରତରେ ୟାହୁର ଡିଜିଟାଲ କଣ୍ଟେଣ୍ଟ ପ୍ରକାଶ କରିବ ନାହିଁ । ୨୦୧୭ରେ ଆମେରିକାର ଭେରିଜନ ନାମକ କମ୍ପାନୀ ୟାହୁକୁ ଅଧିଗ୍ରହଣ କରିଥିଲା। ଭାରତରେ ନିୟମରେ ପରିବର୍ତ୍ତନ ହେବା ଦ୍ୱାରା ବିଦେଶୀ ମାଲିକନା ଉପରେ ଗୋଟିଏ ନିୟମ ରହିଛି। ତେଣୁ ୟାହୁ ଇଣ୍ଡିଆ ପ୍ରଭାବିତ ହୋଇଛି।
ଅନ୍ୟପଟେ ୟାହୁର ଭାରତ ସହିତ ଏକ ଦୀର୍ଘ ସମ୍ପର୍କ ରହିଆସିଛି ଏବଂ ଗତ 20 ବର୍ଷ ମଧ୍ୟରେ ଆମେ ଆମର ଉପଭୋକ୍ତାଙ୍କୁ ଏଠାରେ ପ୍ରଦାନ କରିଥିବା ପ୍ରିମିୟମ, ସ୍ଥାନୀୟ ବିଷୟ ବସ୍ତୁ ପାଇଁ ଆମେ ଗର୍ବିତ ବୋଲି ୟାହୁ ପକ୍ଷରୁ କୁହାଯାଇଛି ।
