କଟକ: ତ୍ରିକୋଣୀୟ ପ୍ରେମରୁ ଛାତ୍ର ନିଖୋଜ ହୋଇଥିବା ଅଭିଯୋଗ । ୧୨ ଦିନ ବିତିଯାଇଥିଲେ ସୁଧା ମିଳିପାରିନାହିଁ ପତ୍ତା । SCB ମେଡ଼ିକାଲ କଲେଜରେ ଲ୍ୟାବ ଟେକନିସିଆନ ଛାତ୍ର ସଂଗ୍ରାମ କେଶରୀ ନାଏକ । ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା କରଡାପାଳ ଗ୍ରାମରେ ।
ଅଗଷ୍ଟ ୧୫ ତାରିଖ ରାତି ୯ ଟା ସମୟରେ ଯୋବ୍ରା ଆନିକଟ ଅଞ୍ଚଳରୁ ସଂଗ୍ରାମଙ୍କ ରୁମ ସାଙ୍ଗ ମାନେ ସଂଗ୍ରାମଙ୍କ ସାଇକେଲ ଏବଂ ଜୋତା ପାଇଥିଲେ । ପରଦିନ ଖବର ପାଇ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଂଗ୍ରାମଙ୍କ ପତ୍ତା ମିଳିନାହିଁ । ସଂଗ୍ରାମ ରଶ୍ମି ନାମକ ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରୁଥିବା କଥା ପରିବାର ଲୋକଙ୍କୁ ଜଣାଇଥିଲେ । ସେହି ଯୁବତୀ ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ।
ତେବେ ସଂଗ୍ରାମ ନିଖୋଜ ହେବା ଦିନର ସିସିଟିଭି ଫୁଟେଜ ଲାଗିଛି ଅର୍ଗସ ହାତରେ। ସେ ସାଇକଲ ଧରି ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
