ବିପୁଳ ପରିମାଣର ଗଞ୍ଜେଇ ଜବତ

ଜୟପୁର ୨୬।୮: ବାଡ ଖାଉଛି ଫସଲ । ଗଞ୍ଜେଇ ଚୋରା କାରବାରକୁ ନେଇ ଖାକିରେ ଲାଗିଛି ଦାଗ। ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏଗୁଡିକୁ ଜବତ କରିବା ସହ ଚୋରା ଚାଲାଣ ଅଭିଯୋଗରେ ଜଣେ ହୋମଗାର୍ଡକୁ ଅଟକ ରଖିଛି ଜୟପୁର ସଦର ପୋଲିସ। ତାଙ୍କ ଘର ଜୟପୁର ନିକଟସ୍ଥ କୋଲାବରେ। ଦୁଇଟି ପୃଥକ ପୃଥକ ମାମଲାରେ ମୋଟ୍ ଦେଢ ଟନ୍ ଗଞ୍ଜେଇ ଦୁଇଟି ଗାଡିରୁ ଜବତ ହୋଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ।

ଏହି ଦୁଇଟି ଗାଡି ମଧ୍ୟରେ ଗୋଟିଏ କୋଇଲା ବୋଝେଇ ଟ୍ରକ୍ ରହିଛି। ଏହି ଟ୍ରକରେ ରାଜ୍ୟ ବାହାରକୁ ହୋମ ଗାର୍ଡ ଜଣଙ୍କ ପାଖାପାଖି ୪ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ କରୁଥିଲେ। ଗଞ୍ଜେଇ ଚୋରା କାରବାର କୋରାପୁଟ ଜିଲ୍ଲାରେ ବଢି ଚାଲିଥିବା ବେଳେ ଏହାକୁ ରୋକିବାକୁ ପୋଲିସ ଅଣ୍ଟା ଭିଡିଛି। ଆଉ ଏହି ସମୟରେ ଖୋଦ ହୋମଗାର୍ଡ ଏହି କାରବାରରେ ସାମିଲ ହେବା ପୋଲିସ ପାଇଁ ଚିନ୍ତା ବଢାଇଛି ।

Leave a Reply

Your email address will not be published. Required fields are marked *