ମାଲକାନଗିରି: ବହୁ ଚର୍ଚ୍ଚିତ ମାଲକାନଗିରି ଜିଲ୍ଲାର ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା ତଦନ୍ତ ପରେ ୪୮ଟି ଲଘୁ ଖଣିଜ ଟେଣ୍ଡରକୁ ରଦ୍ଦ କଲା ଜିଲ୍ଲା ପ୍ରଶାସନା ସୁଚନା ମୁତାବକ ଗତ ମାର୍ଚ ମାସରେ ଏହି ୪୮ଟି ଖଣି ଲିଜ୍ ନିମନ୍ତେ ଟେଣ୍ଡର ପ୍ରକ୍ରିୟା କରା ଯାଇଥିବା ବେଳେ ମାର୍ଚ ୨୦ ତାରିଖ ଶେଷ ତାରିଖ ଥିଲ।। ତିନିଦିନ ପର୍ଯ୍ୟନ୍ତ ତତ୍କାଳିନ ଜିଲ୍ଲାପାଳ ଡଃ ୟେଦୁଲା ବିଜୟ ଏହି ଟେଣ୍ଡର ବାକ୍ସକୁ ନିଜ ଘରେ ରଖି ୨୩ ତାରିଖ ଦିନ ଜିଲ୍ଲା କୋଷାଗାର କାର୍ଯ୍ୟାଳୟରେ ହସ୍ତାନ୍ତର କରିଥିଲୋ ଏହି ତିନିଦିନ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ବିଜୟ ଟେଣ୍ଡର ହେରଫେର କରିଥିବା ଖଣି ମାଲିକମାନେ ଅଭିଯୋଗ କରି ଆସୁଥିଲୋ ଏହାକୁ ଆଧାର କରି ଜୁନ୍ ମାସ ୨୨ ତାରିଖ ଦିନ କଂଗ୍ରେସ ପୂର୍ବତନ ସାଂସଦ ତଥା ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମାଲକାନଗିରି ଆସି ଏହି ଦୁର୍ନୀତିକୁ ଭିତ୍ତି କରି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ବିରୁଦ୍ଧରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲୋ
