ଆରଏ ସିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ମିଳିବ ତତକ୍ଷଣାତ୍‌ ସିଟ୍‌

ଆରଏ ସିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ମିଳିବ ତତକ୍ଷଣାତ୍‌ ସିଟ୍‌

ବିଭିନ୍ନ ଟ୍ରେନରେ ଆରଏ ସି ଟିକେଟରେ ଯାତ୍ରା କରୁଥିବା ଲୋକଙ୍କମଧ୍ୟରୁ ଖୁବ୍‌ କମ୍‌ ଯାତ୍ରୀଙ୍କୁ ସିଟ୍‌ ମିଳୁଛି। ସାଧାରଣତଃ ଅଭିଯୋଗ ହୁଏ କି ଖାଲି ସିଟ୍‌ଗୁଡିକ ସଂରକ୍ଷଣ ଟିକେଟ୍‌ କରି ନଥିବା ଲୋକଙ୍କୁ ମିଳିଥାଏ। ଏବେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଯାତ୍ରୀମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଏବେ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଆରଏ ସି ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧାର ବନ୍ଦୋବସ୍ତ କରାଯାଇଛି। ଏହି ଟ୍ରେନରେ ଥିବା ଟି ଟି ଇମାନଙ୍କୁ ହ୍ୟାଣ୍ଡ ହେଲଡ ଟର୍ମିନାଲ୍‌ ଦିଆଯିବ। ଏହା ଏଭଳି ଏକ ମେସିନ୍‌ ଯାହା ଜରିଆରେ ପ୍ରକୃତ ସମୟରେ ଯାତ୍ରୀମାନଙ୍କର ଷ୍ଟାଟସ ଅପ୍‌ଡେଟ୍‌ ହୋଇଯିବ। ଏହାର ଫାଇଦା ଓ୍ଵଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ମିଳିବ।

ଏହା ଫଳରେ ଟିଟିଇମାନେ ଆଉ ସାଦା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କୁ ଆଗେ ସିଟ୍‌ ଦେଇ ପାରିବେ ନାହିଁ। ଏହି ମେସିନ୍‌ର ପ୍ରଚଳନ ଫଳରେ ଆର ଏ ସି ଟିକେଟ୍‌ରେ ଯାଉଥିବା ଯାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ।

Leave a Reply

Your email address will not be published. Required fields are marked *