ଆଫଗାନ ବିରୋଧରେ ଏକାଠି ହେବେ ବିଶ୍ୱର ୭ ଦେଶ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଚାଲିଥିବା ସଙ୍କଟର ସମାଧାନ ନେଇ ସାରା ବିଶ୍ୱ ଏବେ ଚିନ୍ତିତ । ଦେଶକୁ ତାଲିବାନ କବଜା କରିବା ପରେ ସେଠାକାର ନାଗରିକ ତଥା ସମଗ୍ର ବିଶ୍ୱରେ ଭୟର ବାତାବରଣ ରହିଛି । ସେଠାରେ ଥିବା ମହିଳା ଏବଂ ଶିଶୁଙ୍କ ଭବିଷ୍ୟତକୁ ନେଇ ବିଶ୍ୱ ଭୟଭୀତ ଅଛି । ଏହାରି ଭିତରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଘୋଷଣା କରିଛନ୍ତି ଯେ ସେ ଆଫଗାନିସ୍ତାନ ସଙ୍କଟ ବିରୋଧରେ G-7 ବୈଠକରେ ଏନେଇ ଆଲୋଚନା କରାଯିବ । ତୁରନ୍ତ ଆଲୋଚନା ପାଇଁ ସେ ମଙ୍ଗଳବାର ଏକ ଜରୁରୀ ବୈଠକ ଡାକିଛନ୍ତି ବୋଲି ବୋରିସ୍ ଜନସନ ରବିବାର ଏକ ଟ୍ୱିଟରେ କହିଛନ୍ତି । ବୋରିସ୍ ଜନସନ ଟ୍ୱିଟ୍ କରି କହିଛନ୍ତି, ‘ଆଫଗାନିସ୍ତାନରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା, ଏଭଳି ଦୁଃଖଦ ଘଟଣାକୁ ଏଡାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟ କାର୍ଯ୍ୟ କରିବା ଆବଶ୍ୟକ । G-7 ହେଉଛି ବିଶ୍ୱର ସାତୋଟି ବୃହତ ବିକଶିତ ତଥା ଉନ୍ନତ ଅର୍ଥନୀତି ସହିତ ଦେଶର ଏକ ଗୋଷ୍ଠୀ । ଏହି ଦେଶଗୁଡିକ ମଧ୍ୟରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ଅନ୍ତର୍ଭୁକ୍ତ । ଏହି ଗୋଷ୍ଠୀକୁ ଗ୍ରୁପ୍ ଅଫ୍ ସେଭେନ୍ ମଧ୍ୟ କୁହାଯାଏ । ଦୁନିଆର ଶକ୍ତିଶାଳୀ ଦେଶମାନେ ଆଫଗାନିସ୍ତାନ ଦେଖାଦେଇଥିବା ସଙ୍କଟର ସମାଧାନ ଖୋଜି ପାରିବାରେ ସହାୟକ ହେବେ ବୋଲି ମୋର ଆଶା ।

Leave a Reply

Your email address will not be published. Required fields are marked *