ସୋର : ପ୍ରେମରେ ବିଫଳ ପରେ ଟ୍ରେନ୍ ଲାଇନ୍ରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଭଦ୍ରକ ବାସୁଦେବପୁର ଲକ୍ଷ୍ମୀଦାସପୁରର ମନୋଜ ପ୍ରେମରେ ବିଫଳ ହୋଇ ନିଜର ମାନସିକ ଭାରସାମ୍ୟ ହରାଇବସିଥିଲେ । ଶେଷରେ ଆତ୍ମହତ୍ୟା କରିବା ପାଇଁ ନେଇଥିଲେ ନିସ୍ପତି । ସୋର ରେଳ ଷ୍ଟେସନ୍ ନିକଟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମନୋଜ । ଆତ୍ମହତ୍ୟା କରିବା ପାଇଁ ଟ୍ରେନ୍ ଲାଇନ୍ରେ ଶୋଇପଡିଥିଲେ । ଟ୍ରେନ୍ ଆସିବ ଦେଖି ମନୋଜ ଦୌଡି ପଳେଇ ଆସିବାକୁ ଚେଷ୍ଟ କରିଥିଲେ କିନ୍ତୁ ଅସଫଳ ହୋଇଥିଲେ, ସେହି ସମୟରେ ଟ୍ରେନ୍ ଧକ୍କା ଦେଇଥିଲେ । ଟ୍ରେନ ଧକ୍କାରେ ମନୋଜ ଛିଟିକି ପଡିଥିଲାବେଳେ ତାଙ୍କର ଗୋଡ଼ କଟିଯାଇଥିବାର ସୂଚନା ମିଳିଛି । ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ଲୋକ ଓ ଷ୍ଟେସନ କର୍ମଚାରୀ ମନୋଜଙ୍କୁ ଉଦ୍ଧାର କରି ନିକଟସ୍ଥ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।
