ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମହୁଲିଆ ପଂଚାୟତ ଚନ୍ଦନପୁର ଗାଁରେ ଅଘଟଣ । ସୋମବାର ଭୋର ସମୟରେ ପଦ୍ମ ପୋଖରୀରେ ପଦ୍ମଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ସାପ କାମୁଡି ଦେଇଥିଲା । ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଚନ୍ଦନପୁର ଗାଁର କାଶୀନାଥ ପ୍ରଧାନଙ୍କ ପୁଅ ପ୍ରଶାନ୍ତ ପ୍ରଧାନ ବୋଲି ସୂଚନା ମିଳିଛି ।
