- *ଅଦ୍ୟ ଡିସେମ୍ବର ୧୮ ତାରିଖ *୨୦୧୮ମସିହା* (ମଙ୍ଗଳବାର)*
ଶକାବ୍ଦ -୧୯୪୦
ସମ୍ବତ -୨୦୭୫
ସାଲ-୧୪୨୬
ସମ୍ବତ୍ସର -ପରିଧାବୀ
ମାର୍ଗଶୀର -ଶୁକ୍ଳପକ୍ଷ
ତିଥି -ଦଶମୀ ଦିବା ଘ୦୮/୦୩ ପର୍ଯ୍ଯନ୍ତ ତଦନ୍ତେ ଏକାଦଶୀ
ନକ୍ଷତ୍ର-ଅଶ୍ବିନୀ
ଚନ୍ଦ୍ର – ମେଷ
ଯୋଗ -ପରିଘ
କରଣ -ଗର
ସୂର୍ଯ୍ୟ -ଧନୁ ୦୩ ଦିନ *
ସୁର୍ୟୋଦୟ -ପ୍ରାତଃ ଘ୦୬/୧୮/୧୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୫୩
ଯୋଗିନୀ ଉତ୍ତରେ ଦିବା ଘ୦୮/୦୨ଗତେ ଅଗ୍ନିକୋଣେ
ମେଷ ରାଶିର ଘାତଚନ୍ଦ୍ର
ମକର ରାଶିର ଘାତବାର
ଅଦ୍ୟ ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କାଳବେଳା -ଦିବାଘ୦୧/୦୩ଗତେ ଘ୦୨/୨୨ମଧ୍ୟେ ବାରବେଳା-ଦିବାଘ୦୭/୪୦ଗତେ ଘ୦୯/୦୨ମଧ୍ୟେ
** ଅମୃତବେଳା – * ଦିବାଘ୦୯/୦୩ ଗତେ ଘ୧୦/୨୦ମଧ୍ୟେ* ଓ ଘ୧୧/୪୨ଗତେ ଘ୦୧/୦୨ ମଧ୍ୟେ*
ମାହେନ୍ଦ୍ର ବେଳା- ଦିବା ଘ ୧୦/୨୦ଗତେ ଘ୧୧/୪୩ମଧ୍ୟେ* ଓ ଘ ୦୨/୨୩ ଗତେ ଘ୦୩/୪୨ମଧ୍ୟେ*
ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ
ଆଜିର ରାଶିଫଳ
-----------------------
ମେଷ : ବହୁଦିନ ଧରି ଥିବା ସମସ୍ୟାର ସମାଧାନ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।
ବୃଷ : ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ ,ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ ।
ମିଥୁନ : ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ ।
କର୍କଟ : ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ ।
ସିଂହ : ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ ,ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ ।
କନ୍ୟା : ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି ।
ତୁଳା : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
ବିଛା : ଆପଣଙ୍କର ବନ୍ଧୁ ନିଜର ଥିବା ଦୁଃଖକୁ ଲାଘବ କରିବା ପାଇଁ ନିଜ ଗୁରୁଙ୍କ ଉପଦେଶ ନେବା ଉଚିତ୍ । ଆପଣ ନିଜ ତରଫରୁ ସବୁ କିଛି ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି ।
ଧନୁ : ଆଜି କେହି ଜଣେ ଗୁରୁଜନ ଆପଣଙ୍କୁ ଉପଦେଶ ଦେବେ ଯାହାକି ଆପଣଙ୍କ ଜୀବନରେ ବହୁତ କାମ ଆସିବ । ଯଦିଓ ଆପଣ କାହାରି ଉପଦେଶ ଖୋଜୁ ନଥିଲେ ତଥାପି ଆପଣଙ୍କୁ ଲାଭ ଜନକ ଉପଦେଶ ମିଳିଯିବ ।
ମକର : ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।
କୁମ୍ଭ : ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ
ମୀନ : ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।
🌹🌹 ସୁପ୍ରଭାତ ପେପର 🌹🌹
