ରାଜ୍ୟର ୩୦ଟି ଜିଲାରେ ପୁଣି ଗଡ଼ିବ ରଥ

ଭୁବନେଶ୍ବର: କୋଭିଡ ସଚେତନତା ପାଇଁ ରାଜ୍ୟର ୩୦ଟି ଜିଲାରେ ପୁଣି ଗଡ଼ିବ ରଥ। ଏଥିପାଇଁ ସଂସ୍କୃତି ବିଭାଗ ଓ ୟୁନିସେଫ୍‍ ସହାୟତାରେ ବୁଧବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ତାଲିମ୍‍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ୧୦ଟି ଜିଲା ଯଥା- ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, େଦବଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲା ସଂସ୍କୃତି ସଂଘର ଉପ ସଭାପତି ଓ ଦୁଇ ଜଣ ଲୋକ କଳାକାର ଭାଗ ନେଇଥିଲେ। ଦକ୍ଷିଣାଞ୍ଚଳର ୧୦ଟି ଜିଲାର ତାଲିମ କାର୍ଯ୍ୟକ୍ରମ ୨୦ ଓ ୨୧ ଏବଂ କେନ୍ଦ୍ରାଞ୍ଚଳର ୧୦ଟି ଜିଲାର ତାଲିମ କାର୍ଯ୍ୟକ୍ରମ ଚଳିତ ମାସ ୨୬ ଓ ୨୭ ତାରିଖରେ ହେବା ନେଇ ସ୍ଥିର କରାଯାଇଛି।ଆସନ୍ତା ମାସ ପ୍ରଥମ ସପ୍ତାହରୁ ସଚେତନତା ରଥ ଗଡ଼ିବା କାର୍ଯ୍ୟକ୍ରମ ରହିଛି। ୩୦ଟି ଜିଲାରେ ୟୁନିସେଫ୍‍ ସହାୟତାରେ ଜିଲା ସଂଯୋଜକଙ୍କୁ ଆସନ୍ତା ମାସରୁ ନିଯୁକ୍ତି କରାଯିବ। ଏହା ସହିତ ସମସ୍ତ ଜିଲାରେ କଳାକାର ସ୍ୱୟଂ ସହାୟକ ସଂଘ ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା ବୈଠକରେ ସୂଚନା ଦିଆଯାଇଥିଲା। ସଂସ୍କୃତି ସଚିବ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦେଶକ ରଞ୍ଜନ କୁମାର ଦାସ ଶିବିରର ଶୁଭାରମ୍ଭ କରିଥିଲେ। ୟୁନିସେଫ୍‍ର ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ ଓ ବିଭାଗର ନିର୍ଦେଶକ କାର୍ଯ୍ୟକ୍ରମର ମାର୍ଗଦର୍ଶନ କରିଥିଲେ। ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁେଦବ ମାଳବିଶୋଇ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *