ଡେଙ୍ଗୁରୋଗୀଙ୍କ ସଂଖ୍ୟା ୧୫୫୨କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ କରୋନାର କାୟା ଏବେ ମଧ୍ୟ ରହିଛି। ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପ୍ରତିଦିନ ଡେଙ୍ଗୁ ରୋଗୀ ମଧ୍ୟ ଚିହ୍ନଟ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ରାଜଧାନୀରେ ଆଉ ୮୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ଡେଙ୍ଗୁରୋଗୀଙ୍କ ସଂଖ୍ୟା ୧୫୫୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧୦୬୦ ସୁସ୍ଥ ହୋଇଥିବା ବେଳେ ୪୯୮ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସଚେତନତା ଓ ସଫେଇ କାର୍ଯ୍ୟକୁ ବ୍ୟାପକ ଭାବେ କରାଯାଉଛି।

Leave a Reply

Your email address will not be published. Required fields are marked *