‘ଫାଲକନ୍‍ ଗ୍ରୁପ୍‍ ଅଫ୍‍ କମ୍ପାନୀ’ର ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ବର : ବିଶିଷ୍ଟ ଶିଳ୍ପପତି ତଥା ‘ଫାଲକନ୍‍ ଗ୍ରୁପ୍‍ ଅଫ୍‍ କମ୍ପାନୀ’ର ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ବୁଧବାର ସକାଳେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଏଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହୃଦ୍‍ରୋଗ ବିଭାଗର ବରିଷ୍ଠ ଚିକିତ୍ସକ ଡା. ବ୍ରଜ ଦାସ ଚିକିତ୍ସା କରୁଥିବାବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଶ୍ରୀ ପଟ୍ଟନାୟକଙ୍କ ଚିକିତ୍ସା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କ ପୁତ୍ର ପାର୍ଥଜିତ୍‍ ପଟ୍ଟନାୟକ କହିଛନ୍ତି ଯେ, ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ତ୍ୱରିତ ପଦକ୍ଷେପ ଓ ଉତ୍କୃଷ୍ଟ ଚିକିତ୍ସା ପଦ୍ଧତିକୁ ସେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *