ଯାଜପୁର ଜିଲ୍ଲାସ୍ତରୀୟ ସଦ୍ଭାବନା ଦିବସ ଗୁରୁବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି

ଯାଜପୁର: ଯାଜପୁର ଜିଲ୍ଲାସ୍ତରୀୟ ସଦ୍ଭାବନା ଦିବସ ଗୁରୁବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ସଦ୍ଭାବନା ପାଇଁ ଶପଥ ପାଠ କରାଯାଇଥିଲା। ଜାତି, ଧର୍ମ, ସମ୍ପ୍ରଦାୟ ଓ ଭାଷାର ଭେଦଭାବ ନ ରଖି ଆମେ ସମସ୍ତେ ଭାରତବାସୀ ଏକ ଓ ଅଭିନ୍ନ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଦଶରଥପୁର ବି.ଡି.ଓ., ନାରାୟଣ ଚନ୍ଦ୍ର ନାୟକ, ଯାଜପୁର ବି.ଡି.ଓ., ସୈାରଭ ଚକ୍ରର୍ବୀ, ବିଂଝାରପୁର ବି.ଡି.ଓ., ମିନତୀ ଜଗଦେବ, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ।

Leave a Reply

Your email address will not be published. Required fields are marked *