ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର ପୋଷ୍ଟ ଅଫିସ ଛକ ଠାରେ ଥିବା ୟୁକୋ ବ୍ୟାଙ୍କ ଏଟିଏମରୁ ଲୁଟ ଉଦ୍ୟମ କରିବା ମାମଲାରେ ପୁଲିସ ଜଣେ ସେନା କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଥିବା।ଗିରଫ ସେନା କର୍ମଚାରୀ ଜଣଙ୍କ ଗୋପାଳପୁର ବଡ ସାହିର ଶଙ୍କର ନାୟକ ହୋଇଥିବା ବେଳେ ସେ ଏବେ ପୁଣେ ଠାରେ ଥିବା ସେନା ବିଭାଗରେ ନାୟକ ଭାବେ କାର୍ଯ୍ୟରତ ଅଛନ୍ତି। ଅଭିଯୋଗ ଅନୁଯାୟୀ ସେନା କର୍ମଚାରୀ ଗତ ୧୬ ତାରିଖ ରାତିରେ ପୋଷ୍ଟ ଅଫିସ ଛକ ଠାରେ ଥିବା ଏଟିଏମରେ ପଶି ହାତରେ ଲୁହଛଡ ଓ ପିସ୍ତଲ ସାହାଯ୍ୟରେ ଏଟିଏମ ର କ୍ୟାସ ଚ୍ଯାମ୍ବର ତାଡି ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏଥିରେ ସଫଳ ହୋଇ ପାରିନଥିଲା। ତେବେ ଏହି ଘଟଣା ନେଇ ୧୭ ତାରିଖ ସକାଳେ ବ୍ୟଙ୍କ କର୍ମଚାରୀ ମାନେ ଜାଣିବା ପରେ ବ୍ୟାଙ୍କ ପରିଚାଳିକା ପ୍ରତଭା ଭାରତୀ ସାନବର୍ଷା ଲୁଟ ଉଦ୍ୟମ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାରେ ଏକ ମାମଲା ରୁଜୁ କରିବା ସହ ଏଟିଏମ ପରିସରରେ ଲାଗିଥିବା ସିସିଟିଭ ଫୁଟେଜ ଯାଞ୍ଚ ସମୟରେ ଶଙ୍କର ସେନା ପୋଷାକ ପିନ୍ଧି ହାତରେ ଲୁହାଛଡ଼ ଓ ପିସ୍ତଲ ସାହାଯ୍ୟରେ ଏଟିଏମ ତାଡୁଥିବା ଚିତ୍ର ପାଇବା ସହ ତଦନ୍ତ କରିଥିଲେ। ଶେଷରେ ଶଙ୍କରକୁ ତାଙ୍କ ବଡ଼ସାହି ସ୍ଥିତ ବାସଭବନ ରୁ ଗିରଫ କରାଯାଇଥିଲା। ଅନ୍ୟ ପଟେ ପୁଲିସ ର ତଦନ୍ତ ସମୟରେ ସେନା କର୍ମଚାରୀ ଶଙ୍କର ଏଟିଏମ କୁ ଟଙ୍କା ଉଠାଇବା କୁ ଯାଇଥିବା ବେଳେ ସେଥିରୁ ଟଙ୍କା ନ ବାହାରିବାରୁ ରାଡି ଯାଇ ଏଟିଏମ ତାଡି ଦେଇଥିବା ପୁଲିସ କୁ ବୟାନ ଦେଇଥିବା ଜଣାପଡିଛି। ପୁଲିସ ଆଜି ଶଙ୍କରକୁ କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
