ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଯାଜପୁର : ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ଭୁବନେଶ୍ୱରରୁ ଭଦ୍ରକ ଗସ୍ତ କରୁଥିବା ସମୟରେ ୧୬ ନଂ ଜାତୀୟ ରାଜପଥ ଜାରକା ପାଖରେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ତେବେ ବିଧାୟକ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର ପାଇ ଧର୍ମଶାଳାର ପ୍ରଣବ କୁମାର ବଳବନ୍ତରାୟ ଭଦ୍ରକ ବିଧାୟକଙ୍କ ପାଖରେ ପହଞ୍ଚି ବିଧାୟକଙ୍କୁ ମେଡିକାଲ ନେଇ ସମସ୍ତ ସେବା ଯୋଗାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *