ଜଳେଶ୍ବର : ପୁଣି ଜଳେଶ୍ୱରରୁ ଜବତ ହେଲା ଦେଢ଼ କେଜିରୁ ଅଧିକ ବ୍ରାଉନସୁଗାର I ତେବେ ଦୁଇଜଣକୁ ମଧ୍ୟ ଗିରଫ କରାଯାଇଛି I ଗିରଫଙ୍କ ମଧରୁ ଜଣେ ମହିଳା ଓ ଅନ୍ୟ ଜଣେ ଯୁବକ ରହିଛନ୍ତି I ଜବତ ବ୍ରାଉନସୁଗାର ମୂଲ୍ୟ ପାଖାପାଖି ଦେଢ଼ କୋଟିରୁ ଅଧିକ ହେବ ବୋଲ ଅନୁମାନ କରାଯାଉଛି I ଘଟଣାରୁ ଜଣାପଡିଛି ଯେ ଜଳେଶ୍ଵର ରାଜପୁର ବସ୍ତିରେ ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇଥିଲା , ଛଡାଉ ବେଳେ ଦେଢ଼କେଜିରୁ ଉର୍ଦ୍ଧ ବ୍ରାଉନସୁଗାର ସହ ଜଣେ ମହିଳା ଓ ଜଣ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି I ଚଢ଼ାଉ ସମୟରେ ବ୍ରାଉନସୁଗାର ବେପାରୀ ଓ ପୋଲିସ ମୁହାଁ ମୁହିଁ ହୋଇଥିଲେ I ଜଳେଶ୍ଵର ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ପୋଲିସ , ଅବକାରୀ ଏବଂ ଏସଟିଏଫ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି I ତେବେ ଗତ କିଛି ଦିନ ଧରି ଏସଟିଏଫ ଏବଂ ପୋଲିସ ହାତରେ ଛୋଟ ବେପାରୀ ମାନେ ଧରାପଡୁଥିବା ବେଳେ ବଡ଼ ବଡ଼ ବେପାରୀ ଚମ୍ପଟ ମାରୁଥିଲେ , ବହୁଦିନ ପରେ ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ କୁ ବଡ଼ ସଫଳତା ମିଳିଛି I ତେବେ ଚଢ଼ାଉ ବେଳେ ବ୍ରାଉନସୁଗାର ସହ ବେପାରୀଙ୍କ ପାଖରୁ କିଛି ଟଙ୍କା ମଧ୍ୟ ଜବତ କରାଯାଇଛି I ଗିରଫ ହୋଇଥିବା ମହିଳା ଜଣକ ହେଉଛନ୍ତି ରାଜପୁର ବସ୍ତିର ଆମିନା ବିବି , ଏବଂ ଯୁବକ ଜଣକ ସେକ ରଫିକ ବୋଲି ଜଣାପଡିଛି I ତେବେ ଆଜି ଦୁଇ ଜଣ ଗିରଫ ହେବା ପରେ ଏମାନଙ୍କ ସହ ଆଉ କାହାର ଲିଙ୍କ ଅଛି ଯାହା ତଦନ୍ତ ପରେ ଜଣାପଡିବ ।
