ଗିରଫ ହେଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଫୁଲବାଣୀ: ପିଏମ୍‌ ଆବାସ ଯୋଜନା ପାଇଁ ଲାଞ୍ଚ ନେବା ବେଳେ ଗିରଫ ହେଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ। ଦାରିଙ୍ଗବାଡ଼ି ସରମୂଳି ପିଇଓ ତାଇତସ ନାଏକ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ହିତାଧିକାରୀଙ୍କ ପୁଅଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଲାଞ୍ଚ ଟଙ୍କାକୁ ଜବତ କରାଯିବା ସହ ପିଇଓ ତାଇତସ ନାଏକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *