ଦେଶର ଭବିଷ୍ୟତମାନଙ୍କ ଭବିଷ୍ୟତକୁ ଘୋର ଅନ୍ଧାକାର ଭିତରକୁ ଠେଲି ଦେଉଛନ୍ତି ସରକାର

ବୌଦ୍ଧ: ଲକଡାଉନ ଆଳରେ ସରକାର ଆଜି ଶିକ୍ଷା ବ୍ୟବସ୍ଥା ସଂପୁର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡ଼ିଛି। ବିଶେଷ କରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଙ୍ଗିନ ହୋଇପଡିଛି। କେଉଁଠି ମୋବାଇଲ ଟାୱାର ନାହିଁତ ଆଉ କେଉଁଠି ଦୁଇଓଳି ପେଟକୁ ମୁଠାଏ ଅନ୍ନ ଯୋଗାଡ କରିପାରୁନଥିବା ପିତାମାତା ପାଠ ପଢିବା ପାଇଁ ମୋବାଇଲ ଯୋଗାଇବାରେ ସମର୍ଥ ହୋଇପାରୁନାହାନ୍ତି। ଦେଶର ଭବିଷ୍ୟତମାନଙ୍କ ଭବିଷ୍ୟତକୁ ଘୋର ଅନ୍ଧାକାର ଭିତରକୁ ଠେଲି ଦେଉଛନ୍ତି ସରକାର। ଏହି ପରିପ୍ରେକ୍ଷିରେ ଭାରତବର୍ଷର ସର୍ବପ୍ରଥମ ଛାତ୍ର ସଂଗଠନ ଅଖିଳ ଭାରତୀୟ ଛାତ୍ରସଂଘ ବଘିଆପଡା ଶାଖା କମିଟି ପକ୍ଷରୁ ସ୍ଥାନୀୟ ମେଣ୍ଢିମାଳ ଛକଠାରୁ ହିରଣ୍ୟ ଦୀପଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ତୁରନ୍ତ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବାକୁ ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଛାତ୍ରସଂଘର ପୂର୍ବତନ ନେତା ଅବକାଶ ସାହୁ,ପ୍ରଦୀପ ମହାକୁଡ ପ୍ରମୁଖଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *