ଡିସେମ୍ବର ଶୀତରେ ବଢ଼ିବ ରାଜନୈତିକ ଉଷ୍ମତା। ୨୦୧୯ ଲଢ଼େଇ ପାଇଁ ମାହୋଲ୍ ପ୍ରସ୍ତୁତ ଲାଗି ସବୁ ଦଳ ପ୍ରସ୍ତୁତ କରୁଛନ୍ତି ବ୍ଲ୍ୟୁ ପ୍ରିଣ୍ଟ। ରାଜନୈତିକ ଗତିବିଧି ତୀବ୍ର କରିବାକୁ ୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଏହାର ଦିନକ ପରେ ୨୬ରେ ବିଜେଡି ପାଳିବ ଜନ୍ମଦିନ। ଏଥର ତୃଣମୂଳ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯୋଜନା ରଖିଛି ଦଳ। ସେପଟେ ସେହିଦିନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ କଂଗ୍ରେସ ମନାଇବ କଳାଦିବସ। ଏହାବାଦ୍ ନେତାଙ୍କ ଦଳ ବଦଳ ନେଇ ବର୍ଷ ଶେଷ ବେଳକୁ ରାଜନୈତିକ ହଟଚମଟ ସୃଷ୍ଟି ହେବାର ସମ୍ଭାବନା ରହିଛି।
