ନୟାଗଡ: ପୋଷାକ ପାଇଁ ଶିକ୍ଷକଙ୍କୁ ସ୍କୁଲ ପରିସରରେ ତାଲା ପକାଇ ଅଟକ ରଖିଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି ନୟାଗଡ଼ ବରପଲ୍ଲୀ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ । କରୋନା ସମୟରେ ଦେଢ଼ ବର୍ଷ ହେବ ସ୍କୁଲ ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀ ସ୍କୁଲ ପୋଷାକ ପାଇନଥିଲେ । ଏହାକୁ ନେଇ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ । ଗତକାଲି ଶିକ୍ଷକମାନେ ବିଦ୍ୟାଳୟକୁ ଆସିବା ମାତ୍ରେ ସେମାନଙ୍କୁ ଘେରି ଯାଇଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଶିକ୍ଷକଙ୍କୁ ଅଟକ ରଖି ସ୍କୁଲ ସାମ୍ନାରେ ଧାରଣାରେ ବସି ରହିଥିଲେ ।
