ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ମାମଲା କମୁଛି ସତ କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଅନ୍ୟପଟେ ତୃତୀୟ ଲହର ଛୁଆଙ୍କୁ ଆଟାକ କରୁଥିବାବେଳେ ସମସ୍ତେ ଚିନ୍ତିତ । କେନ୍ଦ୍ରର ସୂଚନାନୁସାରେ, ୧୨ ପ୍ରତିଶତ ଶିଶୁ ଦେଶରେ ସଂକ୍ରମିତ ହେଉଛନ୍ତି । ଶିଶୁଙ୍କ ସିଭିଅରିଟି କମ୍ ରହିଛି । ସଂକ୍ରମଣ ଉପର ମୁହାଁ ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ । ଏବେ ସେମିତି ଅବସ୍ଥା ନାହିଁ । ୧୮ ବର୍ଷରୁ ଅଧିକ ଲୋକ ପ୍ରାୟ ସମସ୍ତେ ଟୀକା ନେଇ ସାରିଲେଣି । ତେଣୁ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡ଼ିବ । ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ ।
