ବ୍ରହ୍ମପୁର – ସମାଜରେ ଘଟିଛି ପୁଣି ଏକ ଲଜ୍ଜାଜନକ ଘଟଣା। ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛି। ମାଆକୁ ଡାକିବା ପାଇଁ ରାସ୍ତାରେ ଯାଉଥିବା ବେଳେ ନାବାଳିକା ଝିଅକୁ ଟେକିନେଇ ଯୌନ ରାକ୍ଷସମାନେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥର ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।।୧୫ ତାରିଖ ସନ୍ଧ୍ୟା ବେଳେ ୧୬ ବର୍ଷୀୟା ମାମିନା (ଛଦ୍ମନାମ)ଙ୍କ ମାଆପଡ଼ୋଶୀଙ୍କ ଘରକୁ ଯାଇଥିଲେ। ମାମିନା ମାଆଙ୍କୁ ଡାକିବା ପାଇଁ ଗାଁ ଦାଣ୍ଡରେ ଯାଉଥିଲେ। ଏହି ସମୟରେ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ ଗାଁର ତିନି ଜଣ ଯୁବକ। ପରେ ତାଙ୍କ ମୁହଁରେ ହାତ ଦେଇ ବିଲ ମଝିକୁ ଟେକି ନେଇଗଲେ। ସେଠାରେ ତାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତମାନେ ସେଠାରେ ନାବାଳିକାଙ୍କୁ ଛାଡ଼ି ପଳାଇ ଯାଇଥିଲେ।
୧୬ ତାରିଖରେ ନାବାଳିକାଙ୍କ ପରିବାର ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ କାହ୍ନା ପାତ୍ର, ତପନ ନାୟକ ଓ ସୁଧାକର ନାୟକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଧ୍ୟ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି।
