୧୮ ବର୍ଷରୁ କମ୍ ୧୩୮ ପଜିଟିଭ

ଭୁବନେଶ୍ବର : ରାଜ୍ୟରେ  ଆଉ ୧୦୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୧୬ ଓ ୪୪୨ ସ୍ଥାନୀୟ ସଂକ୍ରମିତ ଏବଂ ୧୮ ବର୍ଷରୁ କମ୍ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲାରୁ ୩୨, ବାଲେଶ୍ୱର ୩୮, ବରଗଡ ୧୧, ଭଦ୍ରକ ୩୨, ବଲାଙ୍ଗିର ୨, ବୌଦ୍ଧ ୩ ଓ କଟକ ଜିଲାରୁ ୧୬୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେବଗଡରୁ ୫, ଢେଙ୍କାନାଳ ୧୮, ଗଞ୍ଜାମ ୫, ଜଗତସିଂହପୁର ୩୭, ଯାଜପୁର ୭୭, ଝାରସୁଗୁଡା ୫, କଳାହାଣ୍ଡିରୁ ୮ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୪, କେନ୍ଦ୍ରାପଡା ୩୨, କେନ୍ଦୁଝର ୪, ଖୋର୍ଦ୍ଧା ୩୭୬ ଓ କୋରାପୁଟରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ମାଲକାନଗିରିରୁ ୫, ମୟୁରଭଞ୍ଜ ୩୭, ନବରଙ୍ଗପୁର ୧, ନୟାଗଡ ୧୭, ନୂଆପଡା ୫ ପୁରୀ ୨୬, ରାୟଗଡା ୪ ଓ ସମ୍ବଲପୁରରୁ ୬ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *