ଲଦାଖ : ଆଜି ୭୫ତମ ସ୍ୱାଧୀନତା ଦିବସ ସୀମାରେ ପାଳନ କଲେ ବୀର ଯବାନ । ଲଦାଖର ବିବାଦୀୟ ପାଙ୍ଗୋଙ୍ଗ ସୁରେ ଆଇଟିବିପି ଯବାନ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏହି ଅବସରରେ ସେମାନେ ସମୂହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତ ମାତାର ନାରାରେ କମ୍ପିଥିଲା ପାଙ୍ଗୋଙ୍ଗ ସୁ ଅଞ୍ଚଳ । ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ମନେ ପକାଇଥିଲେ ବୀର ଯବାନ ।
ଏହାସହ ୧୪ରୁ ୧୭ ହଜାର ଫୁଟ ଉପରେ ଉଡ଼ିଥିଲା ତ୍ରିରଙ୍ଗା। ‘ଭାରତ ମାତା କି ଜୟ’ ସ୍ଲୋଗାନରେ ଗୁଞ୍ଜରିତ ହେଲା ଆକାଶ ମାର୍ଗ। ସୀମା ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନମାନେ ଉଚ୍ଚ ଘାଟି ଉପରେ ପତାକା ଉଡାଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି ଅବସରରେ ବନ୍ଦେ ମାତରମ୍ ଆଉ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପିଛି ଲଦାଖ ଅଞ୍ଚଳ ।
