ପତାକା ଉତ୍ତୋଳନ ବେଳେ ଗ୍ରାମରକ୍ଷୀଙ୍କର ମୃତ୍ୟୁ

ଖୋର୍ଦ୍ଧା : ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳୁଛି। ଚାରିଆଡେ ଉତ୍ସାହର ବାତାବରଣ ରହିଛି। ତେବେ ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀଙ୍କର ମୃତ୍ୟୁ ଘଟିଥିବା ବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି । ମୃତକ ଗଣଙ୍କ ହେଲେ ଗ୍ରାମରକ୍ଷୀ ଧନେଶ୍ଵର ଦାସ । ରବିବାର ସକାଳେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରୁଥିଲେ। ପତାକା ଉତ୍ତୋଳନ ଲାଗି ପୋତା ଯାଇଥିବା ଖମ୍ବ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଉଭୟ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଗ୍ରାମରକ୍ଷୀଙ୍କୁ ମୃତ ଘୋଷଣା କରିଥିଲେ। କନେଷ୍ଟବଳଙ୍କୁ ଗୁରୁତର ଭାବେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଅଘଟଣ ପରେ ସେଠାରେ ପତାକା ଉତ୍ତୋଳନ ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *