ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଅଲିମ୍ପିକ୍ସରେ ସଫଳତା ପାଇଁ ଓଡ଼ିଶା ଓ ଭାରତୀୟ ଖେଳାଳିଙ୍କୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଆମର ଖେଳାଳି ମାନଙ୍କ ପାଇଁ ଓଡ଼ିଶା ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ସେହିପରି କୋଭିଡ ମୁକାବିଲାରେ ଆମେ ଅନ୍ୟମାନଙ୍କୁ ବାଟ ଦେଖାଇଛୁ ଏବଂ ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଇ ଜୀବନ ବଞ୍ଚାଇଛୁ ବୋଲି ସେ କହିଛନ୍ତି। ନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫଳରେ ୩.୫ କୋଟି ଲୋକ ଉପକୃତ ହେବେ। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ସହ ପ୍ରତିଟି ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ସର୍ବଦା ପ୍ରାଥମିକତା ରହିଛି। କ୍ରୀଡ଼ା, ସ୍ୱାସ୍ଥ୍ୟ, କୃଷି, ନାରୀ ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ରରେ ସଫଳତା ନୂଆ ଓଡ଼ିଶାର ବିକାଶର ଛବି ବଖାଣୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *