୨ ଯବାନଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ଭୁବନେଶ୍ବର: ଓଡ଼ିଶାର ୨ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସହିଦ ୨ ଏସଓଜି ଯବାନଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ। କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଶୌର୍ଯ୍ୟଚକ୍ର। ସାହାସିକତା ଓ ବୀରତ୍ବ ପାଇଁ ୨ ସହିଦଙ୍କୁ ମିଳିବ ଶୌର୍ଯ୍ୟଚକ୍ର ସମ୍ମାନ। ମାଓବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ ୨ ଯବାନ କମାଣ୍ଡୋ ସୁଧୀର ଟୁଡୁ ଏବଂ ଦେବାଶିଷ ସେଠୀ। ୨୦୨୦ ସେପ୍ଟେମ୍ବର ୯ରେ ସହିଦ ହୋଇଥିଲେ ଏହି ୨ଜଣ ଯବାନ। କଳାହାଣ୍ଡି ଜିଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ହୋଇଥିଲା ଗୁଳି ବିନିମୟ। ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ କହିଲେ ପୁଲିସ ମହାନିର୍ଦେଶକ ଅଭୟ। ଦୁଇ ଓଡ଼ିଆ ସହିଦ ଶୌର୍ଯ୍ୟଚକ୍ର ପାଇବା ଗର୍ବର ବିଷୟ କହିଲେ ପୁଲିସ ମହାନିର୍ଦେଶକ।

Leave a Reply

Your email address will not be published. Required fields are marked *