କାହା ଅଣଗୁରିଆମି ପାଇଁ ୩ମାସ ହେବ ବାତ୍ୟା ୟସ ରିଲିଫ ଚାଉଳ ବଣ୍ଟା ହୋଇନି

ବାସୁଦେବପୁର : ବାତ୍ୟା ୟସ ପ୍ରଭାବରେ ବାସୁଦେବପୁର ବ୍ଲକରେ ଅଧିକାଂଶ ପଞ୍ଚlୟତ ପ୍ରଭାବିତ ହୋଇଥିଲା l ଏହା ସମୁଦ୍ରତଟବର୍ତ୍ତି ହୋଇଥିବାରୁ ବାତ୍ୟା ପ୍ରଭାବରେ ଅନେକ ଲୋକ କ୍ଷୟ କ୍ଷତିରେ ପ୍ରଭାବିତ ହୋଇଥିଲେ I ସରକାର ବାତ୍ୟା ବିପ୍ନନ ଲୋକ ମାନଙ୍କ ପାଇଁ ଆବଶ୍ୟକ ରିଲିଫ ସାମଗ୍ରୀ ଯୋଗାଇ ଦେବାପାଇଁ ଘୋଷଣା କରିଥିଲେ l କିନ୍ତୁ ସ୍ଥାନୀୟ ପ୍ରଶାସନର ଅଣଦୁରିଆମି ପାଇଁ ବାତ୍ୟା ୟସ କୁ ତିନିମାସ ବିତି ଯାଇଥିଲେ ମଧ୍ୟ ରାଜଘରପୋଖରୀ ପଞ୍ଚlୟତ ଲୋକ ମାନଙ୍କୁ କୌଣସି ସହାୟତା ମିଳିପାରି ନାହିଁ l ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଲୋକ ମାନଙ୍କ ପାଇଁ ଆସିଥିବା ରିଲିଫ ଚାଉଳ ଓ ଗୋଖାଦ୍ୟ ପଞ୍ଚlୟତ ଅଫିସରେ ତିନିମାସ ଧରି ଗଦା ହୋଇ ନଷ୍ଟହେବାକୁ ବସିଲାଣି l ତେବେ ଗତକାଲି ଜିପିଓ  ମହାଶୟ ତିନୋଟି ୱାର୍ଡରେ ରିଲିଫ ଚାଉଳ ବାଣ୍ଟୁଥିବା ସମୟରେ ସ୍ଥାନୀୟ ଗ୍ରାମବାସି ମାନେ ଏହାକୁ ବିରୋଧ କରିଥିଲେ I ଶାସକ ଦଳର କିଛି କୁଜି ନେତା ଗାଁ ଟାଉଟର ଏଇ ଚାଉଳକୁ ଡକାୟତି କରି ନିଜେ ବାଣ୍ଟିନେବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି I ତେବେ ବାସୁଦେବପୁର ବିଡିଓଙ୍କ ଖାମଖିଆଲି ନୀତି ପାଇଁ ସରକାରଙ୍କ ତରଫରୁ ଆସିଥିବା ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରି ଲୋକଙ୍କ ପାଖରେ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି I  ସବୁଠୁ ବଡ଼ କଥା ହେଲା କେଉଁ ଆଧାରରେ ସମ୍ପୂର୍ଣ ପଂଚାୟତ ବନ୍ୟାରେ ନଷ୍ଟ ହୋଇଥିଲା ବେଳେ ୩ଟି ଓ୍ବାର୍ଡକୁ ସରକାରି ସୁବିଧା ଦିଆଗଲା ? ସାଧାରଣରେ ପ୍ରଶ୍ନ ଉଠୁଛି ବାତ୍ୟା ୟସକୁ ତିନିମାସ ବିତିଥିଲେ ମଧ୍ୟ କାହିଁକି ରିଲିଫ ଚାଉଳ ବଣ୍ଟା ନଜାଇ ପଞ୍ଚlୟତ ଅଫିସ ରେ ପଡିରହିଥିଲା? କିଏସେ ଅଣଗୁରିଆ ସାଧାରଣ ଲୋକଙ୍କ ପାଇଁ ଆସିଥିବା ସରକାରୀ ସାମଗ୍ରିକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ବାଧକ ସାଜିଛି I ତେବେ ବିଡିଓ ମହୋଦୟ କେବେ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି I

Leave a Reply

Your email address will not be published. Required fields are marked *