ଚନ୍ଦ୍ରରେ ଜଳଅଣୁ

ନୂଆଦିଲ୍ଲୀ: ଇସ୍ରୋର ଚନ୍ଦ୍ରଯାନ-୨ ଅଭିଯାନ ବିଫଳ ହୋଇଥିବାବେଳେ ଏହାର ଅର୍ବିଟର ଏବେ ମଧ୍ୟ ଚନ୍ଦ୍ର କକ୍ଷପଥରେ କାର୍ଯ୍ୟ କରୁଛି। ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠରେ ଜଳ ଅଣୁ (ଏଚ୍‌୨ଓ) ଓ ହାଇଡ୍ରୋକ୍ସିଲ (ଓଏଚ୍‌)କୁ ଠାବ କରିଛି। ଭାରତୀୟ ବୈଜ୍ଞାନିକ ଅର୍ବିଟରର ଇମେଜିଂ ଇନ୍‌ଫ୍ରେଡ୍ ସ୍ପେକ୍ଟୋମିଟର (ଆଇଆଇଆରଏସ୍‌) ଏହି ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଆଇଆଇଆରଏସ୍‌ ଚନ୍ଦ୍ରର ଇଲେ‌େକ୍ଟ୍ରାମ୍ୟାଗ୍ନେଟିକ୍ ସ୍ପେକ୍ଟ୍ରମ୍‌ର ତଥ୍ୟ ସଂଗ୍ରହ ଲାଗି ଉଦ୍ଦିଷ୍ଟ। ଆଉ ମଧ୍ୟ ଏହା ଚନ୍ଦ୍ରର ଖଣିଜ ପଦାର୍ଥକୁ ଅନୁଧ୍ୟାନ କରୁଛି। ଠାବ ହୋଇଥିବା ଏଚଓ୨ ଓ ଓଏଚ୍ ଚନ୍ଦ୍ରର ୨୯ଡିଗ୍ରୀ ଉତ୍ତର ଓ ୬୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ୟରେ ଅବସ୍ଥିତ। ଏହି ସଫଳତା ଇସ୍ରୋକୁ ଚନ୍ଦ୍ରଯାନ-୩ର ଅଭିଯାନ ନିମନ୍ତେ ଉତ୍ସାହିତ କରିଛି। ୨୦୨୨ରେ ଚନ୍ଦ୍ରଯାନ-୩ର ଅଭିଯାନ କରିବ। ୨୦୧୯ ଜୁଲାଇ ୨୨ରେ ଇସ୍ରୋ ଚନ୍ଦ୍ରଯାନ-୨ ଅଭିଯାନ କରିଥିଲା।

Leave a Reply

Your email address will not be published. Required fields are marked *