ପ୍ରଥମ ଭିକାରି ଭାବେ ସ୍ଥାନ ପାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ : ବିଶ୍ୱର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ କୁହାଯାଉଥିବା ଗୁଗୁଲ ରେ ପ୍ରତିଦିନ ପ୍ରତିମୁହୂର୍ତ୍ତ ରେଯେଉଁ ବି ଜିନିଷ ଆମେ ଜାଣିବାକୁ ଚାହିଁଥାଉ ସର୍ଚ୍ଚ କରୁ I ଏବଂ ସଠିକ ଖବର ମିଳିଯାଇଥାଏ I ତେବେ ବେଳେବେଳେ ଗୁଗୁଲ ରେ ଏମିତି କିଛି ଘଟେ ଯାହା ଚର୍ଚାର ବିଷୟ ପାଲଟିଥାଏ I ଯେପରିକି ଗୁଗୁଲ ରେ ଇଡିଅଟ୍ ସର୍ଚ୍ଚ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଆସିଥାଏ I ଏବେ ଠିକ ପୁଣି ସେମିତି ଏକ ଘଟଣା ଘଟିଛି I ମିଳିଥିବା ସୂଚନା ଅନୁଯାଇ ଉର୍ଦ୍ଦୁରେ ଭିକାରୀ ସର୍ଚ୍ଚ କଲେ ସର୍ବ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇମ୍ରାନଙ୍କ ଫଟୋ ଆସୁଛି
