ବିଳମ୍ବିତ ରାତିରେ ଘରେ କଳା କନା ବୁଲେଇଲେ ଚୋର

ସୋର ୧୨:୦୮ା ବିଳମ୍ବିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଚୋର । ତେବେ ସୂଚନା ଅନୁଯାଇ ବାଲେଶ୍ବର ଜିଲ୍ଲା ସୋର ଥାନା ନଦିଗାଁ ଗଞ୍ଜ ଅଞ୍ଚଳର ଶାନ୍ତିଲତା ସାହୁ ପୁଅଙ୍କ ଚାକିରି କ୍ଷେତ୍ର ଢେଙ୍କାନାଳ ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଗତ କାଲି ବିଳମ୍ବିତ ରାତିରେ କବାଟ ଭାଙ୍ଗି ଘରେ ଥିବା ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଓ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ଆଜି ସକାଳେ ଅନ୍ୟତ୍ର ରହୁଥିବା ସମ୍ପର୍କୀୟ କୃଷ୍ଣ ଚନ୍ଦ୍ର ସାହୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସୋର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ସୋର ପୋଲିସ୍‌ ପହଞ୍ଚି, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନ କୁକୁର ସହାୟତାରେ ତଦନ୍ତ ଚଳାଇଛନ୍ତି । ତେବେ କିଛି ଦିନ ଧରି ସୋର ଓ ଏହାର ଆଖ ପାଖ ଅଞ୍ଚଳରେ ବାରମ୍ବାର ଚୋରି ଡକାୟତି ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *