ନିର୍ବାଚନ ପ୍ରତିସୁତି କଥା ରଖିଲେ କମଳ ନାଥ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେବାର ୨ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କରିଛନ୍ତି। ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ ତାହାକୁ ପୂରଣ କରି ବାହାବାହା ସାଉଣ୍ଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷି ଋଣ ଛାଡ଼ କରିଛି ମଧ୍ୟପ୍ରଦେଶର ନବ ଗଠିତ କଂଗ୍ରେସ ସରକାର । ଏନେଇ କୃଷି ଋଣ ଦସ୍ତାବିଜ୍ ରେ ଦସ୍ତଖତ କରିଛନ୍ତି ମୁଖ୍ୟମନ୍ତ୍ରୀ।ଆଗକୁ କଣ ସବୁ ଯୋଜନା କରିଛନ୍ତି ତାହା ଜଣାପଡିବ।
