ଖଇରା : ସାଲିସ ବିହିନ ପୋଲିସ ଖଇରା ପୋଲିସ , ୧ ଘଣ୍ଟା ନପୁରୁଣୁ ଅପରାଧି ଗିରଫ ା ଔକାତର ବାହାରକୁ ଯାଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଦୁଇ ମରମ ମାଫିଆଙ୍କୁ ଧରିଲା ଖଇରା ପୋଲିସ ା ଧରାଯାଇଥିବା ଦୁଇ ମରମ ଚୋର ପୂର୍ବରୁ ବହୁବାର ପୋଲିସ ଏବଂ ସାମ୍ବାଦିକଙ୍କୁ ମାରି ଖସିଜିବାରେ ସଖ୍ୟମ ହୋଇଥିଲା ବେଳେ ଏଥର ଆଇ ଆଇସି ଶ୍ରୀବହ୍ଲଭ ସାହୁଙ୍କ ହାବୁଡରେ ପଡି ଫୁଲ ବାମ୍ଫ ନେଲେ । ଦିର୍ଘଦିନ ଧରି ଖଇରା ତହସିଲ ଅଧିନ ଗଡ଼ପୋଖରୀ ଅଞ୍ଚଳରେ ମାଙ୍କଡ଼ା ପଥର ଓ ମୋରମ ଚୋରା ଚାଲାଣ ହେଉଥିଲା ା ଏନେଇ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଗତ କିଛି ଦିନ ପୂର୍ବରୁ ଏକ ଖବର ପ୍ରକାଶ କରିଥିଲେ ା ଆଜି ଆରଆଇ ଓ ତହସିଲଦାର ଚୋରାଚାଲାଣ ହେଉଥିବା ଗାଡିକୁ ଜବଦ କରି ତହସିଲକୁ ଆଣୁଥିଲେ। ଏହି ସମୟରେ ଅର୍ଜୁନପୁର ଛକ ନିକଟରେ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଏହାର ଫଟୋ ଉତ୍ତୋଳନ କରୁଥିବା ଦେଖି ବାଇକରେ ଆସୁଥିବା ଦୁଇଜଣ ଖଣିମାଫିଆ ଗଡ଼ପୋଖରୀ ଗ୍ରାମର ମୁରଲୀ ଦଳେଇ, ମାଧବ ଦଳେଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଏକ ଲୁହା ବେଲଚା ଓ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସାମ୍ବାଦିକ ଶ୍ରୀ ଦାସଙ୍କର ପେଟ ଓ ଆଣ୍ଠୁରେ ଗଭୀର ଆଘାତ ହୋଇଥିଲା । ଆକ୍ରମଣ ଏଇ ଦୁଇ ମରମ ଚୋର ସେଠାରୁ ଫେରାର ହୋଇଯାଇଥିଲେ। ତେବେ ସେଠାରେ ଥିବା ସ୍ଥାନୀୟ ଲୋକେ ଶ୍ରୀ ଦାସଙ୍କୁ ଖଇରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ପରେ ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ଶ୍ରୀବଲ୍ଲବ ସାହୁଙ୍କ ନେତୃତ୍ୱରେ ଏ ଏସଆଇ ଜୀବନ କୁମାର ଦାସଙ୍କ ସହ ୪ଜଣ କନେଷ୍ଟବଳ ଗଡ଼ପୋଖରୀ ଗ୍ରାମକୁ ଯାଇ ଅଭିଯୁକ୍ତ ମାନଙ୍କୁ ଧରି ଥାନାକୁ ଆଣୁଥିବା ବେଳେ ପୋସିସ କର୍ମଚାରୀ ମାନଙ୍କୁ ଏଇ ଦୁଇ ଚୋର ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ଏଏସଆଇଙ୍କ ସମେତ ୪ଜଣ ପୋଲିସ କର୍ମଚାରୀ ଆହତ ହୋଇବି ସାହସର ସହିତ ଚୋରଙ୍କୁ କାବୁ କରି ଥାନାକୁ ଆଣିଥିଲେ ା ତେବେ ଏମାନଙ୍କୁ ଗତକାଲି କୋର୍ଟଫରୁଆଡ କରାଜିବ ବୋଲି ଆଇ ଆଇସି ଶ୍ରୀବହ୍ଲବ ସାହୁ କହିଛନ୍ତି ।
