ଜଗନ୍ନାଥ ସେ ହେଉଛନ୍ତି ଓଡ଼ିଆ ଙ୍କ ଆରାଧ୍ୟ ଦେବତା । ତାଙ୍କ ବିଷୟରେ କିଛି ଅଜଣା କଥା।
ଯେଉଁ ଚାଉଳ କେବଳ ଜଗନ୍ନାଥ ରୋଷ ଘରେ ରନ୍ଧା ଯାଏ , ତାକୁ ଅମୁଣିଆ ଅନ୍ନ କୁହାଯାଏ । ସେହି ଚାଉଳ କୁ ରାନ୍ଧି ସରିଲା ପରେ ତାକୁ ଅନ୍ନ କହନ୍ତି। ସେ ରନ୍ଧା ଅନ୍ନ ଯେତେବେଳେ ରୋଷଘରୁ ବାହାର କୁ ଆସେ ସେତେବେଳେ ତାକୁ ଛେକ କୁହନ୍ତି। ଯେତେବେଳେ ଏହା ଭୟର୍ବୀ ଚକ୍ରରେ ରହେ , ସେତେବେଳେ ଏହାକୁ ଭୋଗ କୁହାଯା ଏ । ଯେବେ ତିନି ଠାକୁରଙ୍କ ନିକଟରେ ଲାଗି ହୁଏ , ସେତେବେଳେ ନୈବଦ କୁହାଯାଏ , ଯେତେବେଳେ ନୈବଦ ବିମଳା ଠାକୁରାଣୀଙ୍କ ପାଖରେ ଲାଗିହୁଏ , ସେତେବେଳେ ଏହା ମହାପ୍ରସାଦ । ଏହି ମହାପ୍ରସାଦ ପଞ୍ଚମେଶ୍ୱର ନିକଟରେ ରୁହେ ସେତେବେଳେ ଏହା କୟୀବଲ୍ୟ କୁହନ୍ତି। ଯେତେବେଳ ଭକ୍ତ ଖାଆଁନ୍ତି, ସେତେବେଳେ ଅବଢ଼ା। ଅବଢ଼ା ର ଯେ କୌଣସି ଛଡା ଯାଇଥିବା ଅଂଶକୁ ଶୁଖାଇ ରଖିଲେ ତାହାକୁ ନିର୍ମାଲ୍ୟ କୁହାଯାଏ। ବଡ଼ ବିଚିତ୍ର ଜଗନ୍ନାଥ ଙ୍କ ଲୀଳା।
