ଅଚ୍ୟୁତଙ୍କୁ ଅନୁକମ୍ପା ନବିନ ସରକାରଙ୍କ କିମସ ପ୍ରେମ , ୧୦୦କୋଟିର କାହାଭାଗ କେତେ ?

ବ୍ୟୁର :  ବିଜେଡି ଦଳର ସାଂସଦ ତଥା କିମସ ହସ୍ପିଟାଲ ର ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଅନୁକମ୍ପା ! ୪ ଟି ଜିଲ୍ଲାରେ ସରକାରୀ ଅର୍ଥରେ କରିଥିବା କୋଭିଡ ହସ୍ପିଟାଲ ର ପରିଚାଳନା ଓ କୋଭିଡ ରୋଗୀ ସେବା ପାଇଁ ଦେଇଦେଲେ 100 କୋଟି ା ଇଏ ପ୍ରେମ ନା ଆତ୍ମସାତର ନୂଆ ତରିକା ? ୧୦୦ କୋଟି ପଛରେ କାହାଭାଗ କେତେ ? ନବିନଙ୍କ ପାଖରେ ଖବର ଅଛି ନା ଭାଗବାଣ୍ଟ କରି ଖାଇଛନ୍ତି ଚେଡି ଚାମୁଡି ? ୧୦୦କୋଟିରେ ୪ଜିଲ୍ଲାରେ ସରକାରି ଡାକ୍ତର ଖାନା ନକରି କାହିଁକି କୋଟିପତି କରାଗଲା କିମ୍ ସ କୁ ? ୪ ଟି ଜିଲ୍ଲାରୁ ଜିଲାପାଳଙ୍କୁ ସୂଚନା ଆଇନ ବଳରେ ସନ୍ତୋଷ କୁମାର ମହାନ୍ତି ମାଗିଥିବା ତଥ୍ୟରୁ ମିଳିଛି ସାଙ୍ଘାତିକ ସତ୍ୟ । ମହାଦାନି ବା ବଦାନ୍ୟ ବ୍ୟକ୍ତି କୁହାଯାଉଥିବା ବିଜେଡି ଦଳର ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ସଂସ୍ଥା KIMS ୪ ଟି ଜିଲ୍ଲା ଯଥା କନ୍ଧମାଳ, ବଲାଙ୍ଗୀର , ମୟୁରଭଞ୍ଜ ଓ ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ଓ କୋଭିଡ ରୋଗୀ ସେବା ପାଇଁ ହାରାହାରି 100 କୋଟି ଟଙ୍କା O M C ରୁ ନେଇଛନ୍ତି । ଏଥିପାଇଁ ଅଚ୍ୟୁତ ସାମନ୍ତ ଗୋଟିଏ ବି ଟଙ୍କା ନିଜ ପକେଟରୁ ଖର୍ଚ୍ଚ କରି ନାହାନ୍ତି । ମାର୍ଚ୍ଚ 23 – 2020 ରେ ରାଜ୍ୟ ସରକାର କୋଭିଡ ଲକଡାଉନ ଘୋଷଣା କଲେ । ଏପ୍ରିଲ 3 – 2020 ରେ ଭୁବନେଶ୍ୱରରେ 500 ଶଯ୍ୟା ବିଶିଷ୍ଟ କିମସ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ହୋଇଗଲା ବୋଲି ଘୋଷଣା କରାଗଲା । ସେହିଦିନ କିମସ କୁ ସରକାର 12 କୋଟି ଟଙ୍କା ଅଗ୍ରୀମ ଦେଲେ। ବାସ୍ତବରେ 500 ଶଯ୍ୟା ଅଛି କି ନାହିଁ କେହି ପ୍ରଶ୍ନ କଲେ ନାହିଁ । କେବଳ କୋଭିଡ ହସ୍ପିଟାଲ ର ଫଟୋ ଘୁରି ବୁଲିଲା । ଏଇ ସମୟରେ କେତୁଟା ଟେକା ଗଣ ମାଧ୍ୟମ ସାମନ୍ତ ବାବୁଙ୍କୁ ଏମିତି ଟେକିଲେ ଜେମିତି ତାଙ୍କର ସବୁଠାରୁ ଉଜନିଆ । ଯେଉଁ 12 କୋଟି ଅଗ୍ରୀମ ଦିଆଗଲା , ଏହି ଅର୍ଥରେ ଅନ୍ୟ ଜିଲ୍ଲାରେ କୋଭିଡ ହସ୍ପିଟାଲ ର ଭିତ୍ତି ଭୂମି ପଡିଲା । ଯଦି ଏହି ଅର୍ଥ ଆମ ସରକାରୀ ଡାକ୍ତରଖାନାରେ ଖର୍ଚ୍ଚ ହୋଇଥାନ୍ତା ତେବେ 30 ଟି ଜିଲ୍ଲାରେ କୋଭିଡ ହସ୍ପିଟାଲ ହୋଇ ପାରିଥାନ୍ତା । ପୁଣି ଏହି ସଂସ୍ଥା କିପରି କୋଭିଡ ପାଇଁ ଆସୁଥିବା ଅର୍ଥରୁ ଅଧିକ ଲାଭ ପାଇବେ , ସେଥିପାଇଁ ତୁରନ୍ତ ଏକ MOU sign କରାଯାଇ bed charge ଓ patient treatment charge ଅଲଗା କରାଯାଇ ହିସାବ କରାଗଲା । ଅର୍ଥାତ ରୋଗୀ ଥା ଆନ୍ତୁ କି ନଥାଆନ୍ତୁ , ସରକାର bed charge ଦେଇ ଚାଲିବେ । ଏପିଲ, 20 ରେ ସେଭଳି କୋଭିଡ ରୋଗୀ ନଥିଲା ବେଳେ କେବଳ bed charge ବାବଦରେ ସରକାର 4 କୋଟି ଟଙ୍କା ଦେଲେ । ସୂଚନା ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ,ଦିଆଯାଇଥିବା ସମୁଦାୟ ଅର୍ଥରୁ 90 ଭାଗ କେବଳ bed ଚାର୍ଜ । ସରକାର କରିଥିବା ବ୍ୟବସ୍ଥା ଅନୁଯାୟୀ ଦୌନିକ ordinary bed charge Rs. 3000 ଟଙ୍କା ଓ ICU bed charge Rs. 5000 ଟଙ୍କା । ଏହି ବ୍ୟବସ୍ଥା କରାଯାଇଥିଲା maximum profit କିମସ ହସ୍ପିଟାଲକୁ ଦେବା ପାଇଁ । ସୂଚନା ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ଭୁବନେଶ୍ବର ରେ ସବୁଠାରୁ ବେଶୀ କୋଭିଡ ରୋଗୀ କିମସ ହସ୍ପିଟାଲରେ ମରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠିଲା ନିର୍ଦିଷ୍ଟ ସଂସ୍ଥାକୁ ଏତେ ଅନୁକମ୍ପା କାହିଁକି ? ତେବେ କୋଭିଡ ପାଇଁ ଜାଣି ଶୁଣି ସାମନ୍ତବାବୁଙ୍କୁ ମାଲେ ମାଲ କରାଯାଇନିତ ! ଏଥିରେ ସରକାରୀ ଅଧିକାରୀ ମାଲେ ମାଲ ହୋଇଛନ୍ତି କି ? ସ୍ବଛ ସାସନ ପଛରେ ଏ ଅଶ୍ବଛତାର ଗନ୍ଧ ବିଜେଡିକୁ ବଦନାମ କରିବନିତ ା ତେବେ ଉଚସ୍ତରିଅ ତଦନ୍ତ ହେଲେ ବହୁଭିତିରି ଗୁମର ବାହାରି ପାରନ୍ତା ା

Leave a Reply

Your email address will not be published. Required fields are marked *