ସୋର : ସୋର ବ୍ଲକ ଅନନ୍ତପୁର ଗ୍ରାମ ପଞ୍ଚାୟତ ରେ କରୋନା ସଂକ୍ରମଣ ଦିନ କୁ ଦିନ ବିସ୍ତାରିତ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ରେ ଅସ୍ବାଭାବିକ ବୃଦ୍ଧି ଯୋଗୁଁ ପଞ୍ଚାୟତ ର ମୂଳକାଏଦା ଗ୍ରାମକୁ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ ରୂପେ ଘୋଷଣା କରାଯାଇଛି। କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି, ଅନନ୍ତପୁର ବିଜୁ ଜନତା ଦଳ ପକ୍ଷରୁ ଏକ ସାନିଟାଇଜେଶନ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନନ୍ତପୁର ଗ୍ରାମ ପଞ୍ଚାୟତରେ କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ, ଛାତ୍ର ଏବଂ ଯୁବ ବିଜୁ ଜନତା ଦଳ, ଅନନ୍ତପୁର ପରିବାର ତରଫରୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ସାନିଟାଇଜେଶନ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନନ୍ତପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତସମିତି ସଦସ୍ୟ ଶ୍ରୀ ଜୟରାମ ଦାସଙ୍କ ପ୍ରେରଣା ତଥା ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନିରଦ ପ୍ରଭା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ , ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ପ୍ରଦୀପ ଦାସଙ୍କ ନିର୍ଦ୍ଦେଶରେ ବିଜୁ ଯୁବ ଜନତା ସାମାଜିକ ସଂଯୋଜକ ଶିବାନୀ ଶଙ୍କର ପଲେଇ,ନରେନ୍ଦ୍ର ମଲ୍ଲିକ,ରାହୁଲ ପଣ୍ଡା,ବିଶ୍ୱଜିତ ସେଠୀ, ନିତ୍ୟାନନ୍ଦ ମଲ୍ଲିକ, ଆଲୋକ ଜେନା ଓ ପୂର୍ବତନ ନାୟବ ସରପଞ୍ଚ ଶମ୍ଭୁନାଥ ମଳିକ ତଥା ଦିଲ୍ଲୀପ ପଣ୍ଡା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
